ବାରମ୍ବାର ଫୋନ କଲା ପରେ ବି ଆସିଲାନି ଆମ୍ବୁଲାନ୍ସ,, ଚାଲିଗଲା ରୋଗୀର ଜୀବନ
1 min readରାଉଲକେଲା : ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି । ଗାଁ ଗାଁରେ ବୁଲୁଛି ୧୦୮ ଆମ୍ବୁଲାନ୍ସ । ହେଲେ ରାଜଗାଙ୍ଗପୁର ବୁଢ଼ାମ ପଞ୍ଚାୟତ ରୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା, ଯାହା ସରକାରଙ୍କ ସେବା ବ୍ୟବସ୍ଥାକୁ ଉପହାସ କରିଛି। ଡାକ୍ତରଖାନା ନେବାରେ ବିଳମ୍ବ ଯୋଗୁଁ ଚାଲିଗଲା ଜୀବନ।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଢ଼ାମ ପଞ୍ଚାୟତ ଢେଙ୍ଗୁରପାଣି ର ବାସିନ୍ଦା ୪୫ ବର୍ଷୀୟା ତାରାକାନ୍ତ ତନ୍ତୀ କିଛିଦିନ ହେବ ହାଡ଼ଫୁଟି ରୋଗରେ ପୀଡିତ ଥିଲେ। କାଲି ହଠାତ ଘରେ ଥିବା ସମୟରେ ସେ ଗୁରୁତର ହୋଇପଡିଥିଲେ। ପରିବାର ଡାକ୍ତରଖାନା ଆଣିବାପାଇଁ ୧୦୮ ଆମ୍ବୁଲାନ୍ସ କୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ଘାଟି ଓ ଖରାପ ରାସ୍ତା ର ଆଳ ଦେଖାଇ ଆମ୍ବୁଲାନ୍ସ ଆସିନଥିଲା। ସମୟ ଯେତିକି ବିତୁଥାଏ ସ୍ୱାସ୍ଥ୍ୟ ଅବସ୍ଥା ସେତିକି ବିଗିଡି ବାରେ ଲାଗୁଥାଏ।
ଶେଷରେ ଏକ ଭଡା ଗାଡି ତାରାକାନ୍ତ ଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ। ସରକାର ସ୍ୱାସ୍ଥ୍ୟ ସେବାକୁ ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହି ଘଟଣା ପରେ ସରକାର ଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।