Pratidin TV

Odisha's Digital News Platform

ଆଜି ହୀରାକୁଦ୍ ଜଳଭଣ୍ଡାରରେ ଖୋଲିବ ୧୦ଟି ଗେଟ୍

ଭୁବନେଶ୍ୱର : ଆଜି ହୀରାକୁଦ୍ ଜଳଭଣ୍ଡାରର ୧୦ ଟି ଗେଟ୍ ଖୋଲାଜିବ । ରାଜ୍ୟରେ ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଉଛି ।ତେବେ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ବଢିବାରୁ ସରାଡିହରେ ସକାଲ ସୁଦ୍ଧା ୪ଲକ୍ଷ କ୍ୟୁସେକ୍ ଜଳ ନିସ୍କାସିତ ହୋଇ ଜଳଭଣ୍ଡାର ମଧ୍ୟକୁ ଆସିଛି ।ଏନେଇ ଆଜି ହୀରାକୁଦର ୧୦ ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କତ୍ତୃପକ୍ଷ । ଆଜି ୧୧ ଟା ୩୦ ରୁ ଆରମ୍ଭ ହୋଇଯାଇଛି ଏହି ଗେଟ୍ ଖୋଲା ପକ୍ରିୟା ।

ଏହା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ସୂଚନା ଦେବାପାଇଁ ସକାଳ ୯.୩୦ସମୟରେ ସାଇରନ ବଜାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ଗେଟ୍ ଖୋଲାଯିବାର ବ୍ୟାବସ୍ଥା କରାଯାଇଛି । ତେବେ ଆଗକୁ ଲଗାଣ ବର୍ଷା ଥିବା ଯୋଗୁ ହୀରାକୁଦର ଆଉ କିଛି ଗେଟ୍ ମଦୟ ଖୋଲିପାରେ ବୋଲି ଅନୁମାନ କରିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *