Pratidin TV

Odisha's Digital News Platform

ଆଜି ଆଉ ୩ଟି ଗେଟ ଖୋଲିଲା ହୀରାକୁଦ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରୁ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ପୂର୍ବରୁ ହୀରାକୁଦର ୫ ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଇ ଥିଲା ।ତେବେ ଜଳ ଭଣ୍ଡାରକୁ ୧ଲକ୍ଷ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରିବା ପରେ, କ୍ରମାଗତ ଭାବେ ଜଳସ୍ତର ବଢିବାରେ ଲାଗିଥିଲା ।

ଏନେଇ ଆଜି ଆଉ ୩ ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ସର୍ବମୋଟରେ ୮ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।ଏବେ ଜଳସ୍ତର ୬୧୪.୫୬ ଫୁଟରହିଛି ।ତେବେ ଡ୍ୟାମ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆଗକୁ ଥିବା ଲଗାଣ ବର୍ଷା ଯୋଗୁ ଡ୍ୟାମର ଆଉକିଛି ଗେଟ ମଧ୍ୟ ଖୋଲାଯାଇପାରେ ।

Leave a Reply

Your email address will not be published. Required fields are marked *