Pratidin TV

Odisha's Digital News Platform

ସରିଲା ଜନ୍ମ ବେଦୀରେ ଲୀଳାଖେଳା:ବାହୁଡି ଯିବେ ତିନି ଦିଅ

1 min read

ପୁରୀ :ଏକାଠି ହେଲେ ଲକ୍ଷ ଲକ୍ଷ ଭକ୍ତ ,ହରି ବୋଲୋ ହୁଳ ହୁଳି ବଡ ଦାଣ୍ଡରେ ଗହଳି । ମହାପ୍ରଭୁ, ତୁମର ଏ କି ଳିଳା ଆଜି ଆଶିଛି ମୁଁ ଏତେ ଆଶା ନେଇ ତତେ ଟିକେ ଦେଖିବା ପାଇଁ ମୋ ଦେହେ ବୋଳିଦେ ତୋ ଦେହ କଳା । ‘ହୋ ଭକତେ ହୋ ‘ଏହି କମ୍ପରେ ଗୁଞି ଉଠେ ବଡ ଦାଣ୍ଡ କାହି କେତେ ଦୂରୁ ଦର୍ଶାନାତୁର ଭକ୍ତ ମାନେ ଆଜି ଆଶିଛନ୍ତି ନିଜ ଆଳାପ ଓ ବିଳାପ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ।

ଭକ୍ତର ଭାବରେ ବନ୍ଦା ଭକ୍ତି ଡୋରରେ ଛନ୍ଧା କଳାଠାକୁର ୯ ଦିନର ମାନବୀୟ ଳୀଳା ସମ୍ପର୍ଣ୍ଣ କରି ବାହୁଡିବେ ଆଜି ନିଜ ଘରକୁ । ଚାହିଁ ରହିଛନ୍ତି ଲକ୍ଷ୍ମୀ ଶାଆନ୍ତାଣୀ କହିବାକୁ ନିଜ ଆରାଧ୍ୟ ଦେବତାଙ୍କୁ କେତେଜେ କାହାଣି, ମନରେ ତାଙ୍କର କେତେଜେ ଅଭିମାନ ଅନୁରାଗ କହିଥିଲେ ସେ ରଥରେ ଚଢିବେ ଆଗ ହେଲେ ପ୍ରଭୁ ତାଙ୍କୁ ନେଲେ ନାହିଁ ଛାଡିଦେଇ ଗଲେ ଜହିଁ ,ସେହିଠାରେ ୯ ଦିନ ପଯ୍ୟାନ୍ତ ମା କରିଛନ୍ତ ଅପେକ୍ଷା କାହିଁ କଲ ମହାପ୍ରଭୁ ଏଇ ଉପେକ୍ଷା , ସବୁର ଅନ୍ତ ଘଟିବ ଆଜି ବାହୁଡିବେ ତିନି ଦିଅ ରଥରେ ସାଜି ।

Advertisement

ଲକ୍ଷ ଲକ୍ଷ ଭକ୍ତ ଭାବବିହୋଳ ହୋଇ ଚାହିଁ ରହିଛନ୍ତି ସେଇ ଜଗା ଆଖିକୁ ସବୁରି ମନରେ କୋହ । ତାଙ୍କ ଭକ୍ତ ଓ ଭାବର ସମୁଦ୍ର ବୁନ୍ଦା ବନ୍ଦା ହୋଇ ଜରୁଛି ଭକ୍ତଙ୍କ ଆଖିରୁ ସତେକି ଆଜି ଧୋଇନେବ ବଡଦାଣ୍ଡ ।

Leave a Reply

Your email address will not be published. Required fields are marked *