Pratidin TV

Odisha's Digital News Platform

ଡ୍ରଗ୍‌ସ୍ ଲିଙ୍କକୁ ନେଇ ସନ୍ଦେହ ଘେରରେ ବାବୁସାନ୍ ଓ ପ୍ରକୃତି ମିଶ୍ର : ଆଜିର ପଚରା ଉଚରା ପରେ ଖୋଲିପାରେ ଗୁମର

ଭୁବନେଶ୍ୱର :ପତୀପତ୍ନୀ ଓ ପ୍ରକୃତି ମାମଲରେ ଆଜି ସବା ଶେଷରେ ଜେରା ହେବାକୁ ଯାଇଛନ୍ତି ବାବୁସାନ । ମା ଅପରାଜିତାଙ୍କ ସହ ଜଗନ୍ନାଥବିହାର ଘରୁ ବାହାରିଲେ ବାବୁସାନ । ତେବେ ତୃପ୍ତି ଆଣିଥିବା ଅଭିଯୋଗ ଅନୁସାରେ ,ପ୍ରକୃତି ବାବୁଙ୍କୁ ଗଞେଇ,ଡ୍ରଗ୍ସ ଇତ୍ୟାଦି ଦେଉଥିଲେ । ଏବଂ ଏହାସହ ତାଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ । ଏହାପରେ ଗତକାଲି ବାବୁସାନ ଓ ପ୍ରକୃତିଙ୍କ ନାରେ ଗଞେଇ ବିରୁଦ୍ଧରେ ଆଉ ଏକ ଅଭିଯୋଗ କରିଛି କଳିଙ୍ଗସେନା ।

ବଲିଉଡରେ ସୁଶାନ୍ତ ସିଂଙ୍କ ମୃତ୍ୟୁର ତଦନ୍ତରୁ ବାହାରିଥିଲା ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବନ୍ତିଙ୍କ ଡ୍ରଗ୍ସ ଲିଙ୍କ । ଏହାପରେ ଖୋଲିଥିଲା ତାଙ୍କ ଡ୍ରଗ୍ସ କାରବାରର କଳା ଚିଟ୍ଠା । ଠିକ୍ ସେହିପରି ଆଜି ବାବୁସାନଙ୍କ ଜେରା ବେଳେ ଗଞେଇ ସହ ଜଡିତ ୨ଟି ଅଭିଯୋଗକୁ ନେଇ ପୋଲିସ ପଚାରିପାରେ ଅନେକ ପ୍ରଶ୍ନ । ଏବଂ ଏହା ସହ ଖୋଲିପାରେ ଓଲିଉଡରେ ଡ୍ରଗ୍ସର କିଛି ଲିଙ୍କ ଅଛିକି ନାହିଂ? ଯାହା ଏଯାଏ ଏକ ସନ୍ଦେହ ଘେରରେ ରହିଛି । ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ବାବୁସାନ ଓ ପ୍ରକୃତି ଦୁହେଁ ଗଞେଇ,ଡ୍ରଗ୍ସ ଇତ୍ୟାଦି ସହ ଆଡିକଟେଡ୍ ଥିଲେ । ତେବେ ପ୍ରକୃତ ସତଟା କଣ ତାହା ବାବୁସାନଙ୍କ ଜେରା ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *