ପୁଣି ଇତିହାସ ରଚିବ ଭାରତ : ଆଜି ଚନ୍ଦ୍ର ଅଭିମୁଖେ ବାହାରିବ ଚନ୍ଦ୍ରାୟାନ-୩ , କରିବ ଅଧୁରା ସ୍ୱପ୍ନ ପୂରଣ …
1 min readଭୁବନେଶ୍ୱର : ପୁଣି ଇତିହାସ ରଚିବ ଭାରତ । ଆଜି ମହାକାଶ ବିଜ୍ଞାନରେ ଯୋଡିହେବ ଆଉ ଏକ ନୂଆ ଅଧ୍ୟାୟ । ପୁରଣ କରିବ ଚନ୍ଦ୍ରୟାନ-୨ ର ଅଧୁରା ସ୍ୱପ୍ନ । ଜହ୍ନରେ ଲେଖିବ ଭାରତ ନାଁ । ଖବର ଅନୁ୍ଯାୟୀ ଆଜି ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେବ ଚନ୍ଦ୍ରୟାନ-୩ । ଭୂପୃଷ୍ଠ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ ପ୍ରାରମ୍ଭିକ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରୟାନ-୩। ଏହା ଯୋଜନା ମୁତାବକ ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବ ଏବଂ ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।
ଆଜି ହଜାର ହଜାର ବୈଜ୍ଞାନିକଙ୍କ ଭାଗ୍ୟ , ଭହିଷ୍ୟ ,ପରିଶ୍ରମର ଫଳ ନିରୂପଣ କରିବ ଏହି ମିଶନ । ଏହି ୩ୟ ମୁନ୍ ମିଶନରେ ଓଡିଶାର ଏକ ବଡ ଯୋଗଦାନ ରହିଛି । ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ । ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଛି । ଚନ୍ଦ୍ରୟାନ-୧ ଓ ୨ ପାଇଁ ମଧ୍ୟ ସିଟିଟିସି ପକ୍ଷରୁ କଂପୋନେଣ୍ଟ ତିଆରି କରାଯାଇଥିଲା ।
ସେହିପରି ଆଜି ପୂରଣ ହେବ ଭାରତର ଅଧୁରା ସ୍ୱପ୍ନ କାରଣ ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାର ବେଗ ଅନିୟନ୍ତ୍ରିତ ଯୋଗୁ ଗତିପଥର ପରିବର୍ତ୍ତନ ହୋଇଥିଲା । ଏହା ସହ ବେଗ ବଢିବା ଯୋଗୁ ଏହା ଜହ୍ନରେ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ ହୋଇଯାଇଥିଲା । କିନ୍ତୁ ଏଥର ଆଶା ବାନ୍ଧି ବସିଛି ପୁରା ଭାରତ । ଏହି ମିଶନର ସଫଳ ପାଇଁ ଅନେକ ହଜାର ହଜାର ଭାରତବାସୀ ଆଜି ପୂଜା ଅର୍ଚ୍ଚନା ଚଳାଇଛନ୍ତି । ଲୋକଙ୍କ ବିଶ୍ୱାସ ରହିଛି ଯେ ଏଥର ଜହ୍ନରେ ନିଶ୍ଚିନ୍ତ ପାଦଦେବ ଭାରତ ।