ରାଜ୍ୟରେ ୮୦୦ ଟପିଲା କରୋନା
1 min readଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ପୁଣି ବଢିଲା ସଂକ୍ରମଣ । ଦିନକରେ ୮୦୪ ସଂକ୍ରମିତ ଚିହ୍ନଟ ।ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୪୭୧ ସଂକ୍ରମିତ ଚିହ୍ନଟ ବେଳେ,ସ୍ଥାନିୟ ସଂକ୍ରମଣରୁ ୩୩୩ ଚିହ୍ନଟ । ତେବେ ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ୩୦୭ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,କଟକରୁ ୧୧୯,ସୁନନ୍ଦରଗଡରୁ ୮୦ଷ୍ଟେଟପୁଲରୁ ୭୧,ସମ୍ବଲପୁରରୁ ୩୦,ପୁରୀରୁ ୨୮,ମୟୁରଭଞରୁ ୨୮ ,ଜଗତସିଂହପୁର ୧୮,ନୟାଗଡରୁ ୧୭,ଗଜପତିରୁ ୫,ଯାଜପୁରରୁ ୧୯,ଝାରସୁଗୁଡାରୁ୯,କଳାହାଣ୍ଡି ୮,କୋରାପୁଟରୁ ୬,କେଉଁଝରର ୫, ନୂଆପଡା ୯,ରାୟଗଡା ୨,ଦେଓଗଡରୁ ୧,କନ୍ଦମାଳ ୧,ମାଲକାନାଗିରିରୁ ୧,ଅନୁଗୁଳ ୩,ବାଲେଶ୍ୱରରୁ ୧୧,ଭଦ୍ରକରୁ ୯,ବଲାଙ୍ଗିରରୁ ୫,ବୌଦ୍ଧରୁ ୨,ବରଗଡରୁ ଆକ୍ରାନ୍ତ ଚିହ୍ନଟ ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୬,୧୩୨ କୁ ବୃଦ୍ଧି ପାଇଛି ।ଏବେ ସକ୍ରିୟ ମାମଲା ୪୨୬୨ ରହିଥିବା ବେଳେ ,୨୪ ଘଣ୍ଟା ମଧ୍ୟରେ ନୂଆ ୪୨୦ ଜଣ ସୁସ୍ଥ ସଂଖ୍ୟା ମିଶାଇ ହୋଇ ମୋଟ ସୁସ୍ଥ ସଂଖ୍ୟା ୧୨,୮୨,୬୯୦ ରେ ପହଚିଂଛି ।