ଶ୍ରୀମନ୍ଦିର ନୀତିରେ ଅହେତୁକ ବିଳମ୍ବ ; ଆଜି ସକାଳେ ହେଲା ମହାପ୍ରଭୁଙ୍କ ଗତକାଲିର ନୀତି
1 min readପୁରୀ : ଶ୍ରୀମନ୍ଦିରରେ ଦେଖାଦେଇଛି ଘୋର ଅନୀତିା ମହାପ୍ରଭୁଙ୍କ ନୀତିକାନ୍ତିରେ ମହାବିଳମ୍ଭ । ଆଜି ସକାଳେ ହେଲା କାଲିର ପହୁଡ । ସ୍ୱାଭାବିକ ଦିନରେ ପହୁଡ ନୀତି ରାତିରେ ହୋଇଥିବା ବେଳେ ଶୁକ୍ରବାର ଭୋର ୫ଟା ୫ ରେ ପଡିଥିଲା ଶ୍ରୀମନ୍ଦିର ପହୁଡ । ଏହାପରେ ସକାଳ ୭ ଟାରେ ଅନୁଷ୍ଠିତ ହୋଇଥିଲା ଦ୍ୱରାଫିଟା ନୀତି । ସେହିପରି ୮ଟା ୫ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଛି ।
ତେବେ ବରିଷ୍ଠ ସେବାୟତ ବିନାୟକ ଦାସଙ୍କ କହିବା ଅନୁଯାୟୀ ଗତକାଲି ସରସ୍ୱତୀ ପୂଜା , ଚାଚେରୀ ବେଶ ,ପଦ୍ମବେଶ,ଗୁରୁବାର ମଜଣା ଓ ପାଞିପୂଜା ଯୋଗୁ ଆଜି ଏଭଳି ବିଳମ୍ବରେ ନୀତିକାନ୍ତି ସମାପନା ହୋଇଛି । ସେହିପରି ଦ୍ୱାର ଫିଟାରେ ବିଳମ୍ବ ହୋଇଥିବାରୁ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।