Pratidin TV

Odisha's Digital News Platform

ଆଜି ପବିତ୍ର ଧନୁ ସଂକ୍ରାନ୍ତି,ଶ୍ରୀଜିଉଙ୍କ ଠାରେ ଆଜିଠୁ ଲାଗିହେଲା ପହିଲି ଭୋଗ..

1 min read

ଆଜି ଧନୁ ସଂକ୍ରାନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଧନୁ ସଂକ୍ରାନ୍ତିରେ ଠାକୁରଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି ହୁଏ । ପୌଷ ମାସର ପ୍ରଥମ ଦିନ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ପାଳିତ ହୋଇଥାଏ । ପରମ୍ପରା ଅନୁଯାୟୀ ଗୋପଳ ବଲ୍ଲଭ ଅବସରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଇଛି ।ରାତିରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି କରାଯାଇଥିଲା । ଆଜିଠୁ ଏକମାସ ଧରି ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ ।

ମହାପ୍ରଭୁଙ୍କ ଗୋପାଳ ବଲ୍ଳଭ ଭୋଗ ସମୟରେ ପହିଲି ଭୋଗ କରାଯାଇଥାଏ । ଏହି ସମୟରେ ମହାଲକ୍ଷ୍ମୀ ବାପ ଘରକୁ ଯାଇଥାନ୍ତି । ମହାଲକ୍ଷ୍ମୀଙ୍କ ବଦଳରେ ମହାପ୍ରଭୁଙ୍କୁ ତାଙ୍କ ମା ହାତରେ ରାନ୍ଧି ଖୁଆଇଥାନ୍ତି । ପୁଅର ଭୋକ ସମ୍ଭାଳି ନପାରି ମା ଶୀଘ୍ର ଖାଇବାକୁ ଦେଉଥିବାରୁ ଏହାକୁ ପହିଲି ଭୋଗ କୁହାଯାଏ । ଏଥିରେ ପ୍ରାୟ ୨୮ ପ୍ରକାର ଭୋଗ ଲାଗି ହୁଏ ।ଧନୁ ସଂକ୍ରାନ୍ତି ରେ ଆଜି ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଆଉ ଶେଷ ହେବ ମକର ସଂକ୍ରାନ୍ତି ଦିନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି କରାଯାଇ ପ୍ରତିଦିନ ପହିଲି ସକାଳୁ ଶ୍ରୀଜିଉଙ୍କୁ ଅର୍ପଣ କରାଯିବ ଏହି ବିଶେଷ ଭୋଗ ପିହିଲି ଭୋଗ । ଏହି ଭୋଗ ପାଇବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତସମୂହ ସମସ୍ତେ ଅପେକ୍ଷା କରିଥାନ୍ତି ବର୍ଷକୁ ଥରେ ଏହି ସ୍ୱତନ୍ତ୍ର ପହିଲି ଭୋଗ ପାଇବା ପାଇଁ ।

Advertisement

Leave a Reply

Your email address will not be published. Required fields are marked *