ଶପଥ ଗ୍ରହଣ କରିବେ ଆଜି ମ୍ୟାଡାମ ପ୍ରେସିଡେଣ୍ଟ
1 min readଭୁବନେଶ୍ୱର : ସାଢେ ୪ କୋଟି ଓଡିଆଙ୍କ ପାଇଁ ଆଜି ଏକ ଗର୍ବ ଓ ଗୌରବର ଦିନ । ଆମ ଓଡିଶା ମାଟିର ଝିଅ ଦୈପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ । ଏନେଇ ସଂସଦ ସେଣ୍ଟ୍ରାଲ୍ ହଲ୍ରେ ଭବ୍ୟ ଶପଥଗ୍ରହଣ ସମାରୋହର ଆୟୋଜନ ହୋଇଛି ।ସକାଳ ୧୦.୧୪ ରେ ଶପଥ ନେବେ ମୁର୍ମୁ ।
ଆଜିଠୁ ସେ ହେବେ ଭାରତର ପଞ୍ଚଦଶ ରାଷ୍ଟ୍ରପତି । ଜନ୍ମମାଟି ମୟୂରଭଞ ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।ଏହାସହ ଭୁବନେଶ୍ୱର ,ରାଇରଙ୍ଗପୁର ଓ ଉପରଦେଡାରେ ଆରମ୍ଭ ହୋଇଯାଇଛି ସକାଳୁ ଉତ୍ସବ । ଆଜି ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ପୁର୍ବରାଷ୍ଟ୍ରପତି , ଉପରାଷ୍ଟ୍ରପତି ଯୋଗଦେବେ ଏହି କାର୍ଯ୍ୟକ୍ରମରେ ।