Pratidin TV

Odisha's Digital News Platform

୮ଅକ୍ଟୋବରରେ ସାରା ଦେଶ ପାଳୁଛି ବାୟୁସେନା ଦିବସ, ୯୧ ବର୍ଷରେ ପାଦ ଥାପିଛି ଆମ ବାୟୁ ସେନା..

1 min read

ବିଶ୍ୱର ଚତୁର୍ଥ ସର୍ବବୃହତ୍ତ ବାୟୁଶକ୍ତି ହେଉଛନ୍ତି ଭାରତୀୟ ବାୟୁସେନା । ଆଜି ହେଉଛି ଭାରତୀୟ ବାୟୁସେନା ଦିବସ । ପ୍ରତିବର୍ଷ ୮ ଅକ୍ଟୋବରରେ ବଡ ଧୁମଧାମରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ । ଚଳିତ ବର୍ଷ ଭାରତ ଏହାର ୯୧ ତମ ‘ଭାରତୀୟ ବାୟୁସେନା ଦିବସ’ ପାଳନ କରୁଛି । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଏବଂ ଦେଶରେ ବାୟୁସେନାର ଅବଦାନକୁ ପ୍ରଶଂସା କରାଯାଏ । ଏହା ସହିତ ଭାରତୀୟ ବାୟୁସେନାର ଫାଉଣ୍ଡେସନ ଦିବସ ମଧ୍ୟ ପାଳନ କରାଯାଏ । ୧୯୩୨ ମସିହାରେ ବାୟୁସେନାର ଭିତ୍ତିିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ୫ ଟି ଯୁଦ୍ଧ କରିଥିଲା, ସେଥିମଧ୍ୟରୁ ଚାରିଟି ପାକିସ୍ତାନ ଏବଂ ଗୋଟିଏ ଯୁଦ୍ଧ ଚୀନ୍ ବିରୁଦ୍ଧରେ ଥିଲା । ବାୟୁସେନା ଅନେକ ଥର ନିଜର ସାହସିକତା ଏବଂ ବୀରତ୍ୱର ପ୍ରମାଣ କରିଛି ।

ଏଥିରେ କବେଳ ପୁରୁଷ ନୁହଁ ଅନେକ ଭାରତୀୟ ମହିଳା ପାଇଲଟଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି । ଭାରତୀୟ ବାୟୁସେନାରେ ଯୋଗଦେଉଥିବା ମହିଳାଙ୍କ ଅଂଶ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ମହିଳାମାନେ ବାୟୁସେନାର ଯୁଦ୍ଧ ବିମାନ ଉଡାଉଛନ୍ତି । ଗୁଞ୍ଜନ ସାକ୍ସେନାଙ୍କୁ କାର୍ଗିଲର ଚିତା ପାଇଲଟ୍ କୁହାଯାଉଥିବାବେଳେ ଶିବାଙ୍ଗୀ ସିଂ ହେଉଛନ୍ତି ପ୍ରଥମ ମହିଳା ପାଇଲଟ୍ । ତେବେ ଆଜି ବାୟୁସେନା ଦିବସରେ ଭାରତୀୟ ସେନା ଦେଶର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନ ଦ୍ୱାରା ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି ।

Advertisement

ଦେଶ ସ୍ୱାଧୀନତା ପରେ, ୦୧ ଏପ୍ରିଲ ୧୯୫୪ ରେ, ସୁବ୍ରୋତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟାଳୟ ଦେଶର ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଛି । ପ୍ରତିବର୍ଷ ନୂଆ ନୂଆ ଥିମ ରଖି ଏହି ଦିବସକୁ ପାଳନ କରାଯାଏ । ତେବେ ଚଳିତ ବର୍ଷର ଥିମ୍ ରହିଛି ସୀମା ବାହାରେ ବାୟୁସେନାର ଶକ୍ତି ।

Leave a Reply

Your email address will not be published. Required fields are marked *