Pratidin TV

Odisha's Digital News Platform

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ , ବଡ ବିଜୟ ଲକ୍ଷରେ ରୋହିତ ବାହିନୀ ..

1 min read

କୋଲକାତା : ଭାରତ ନିଜ ବ୍ୟାଟର୍ସ ମାନଙ୍କର ଧୂଆଁଧାର ବ୍ୟାଟିଙ୍ଗ୍‌ରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଏକଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଭାରତ ୬୭ ରନ୍‌ରେ ଜିତିନେଇଥିଲା । ତେବେ ଆଜି ଭାରତ-ଶ୍ରୀଲଙ୍କାର ଦ୍ୱିତୀୟ ଦିନିକିଆ ସିରିଜ୍ । ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ । ତାଙ୍କ ପସନ୍ଦର ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଦ୍ବିତୀୟ ମ୍ୟାଚ୍ ଖେଳାଯାଉଥିବାରୁ ଏଠାରେ ଆଉ ଏକ ବଡ଼ ସ୍କୋର୍ ଆଶାରେ ଅଛନ୍ତି ରୋହିତ ।

ଗତ ସେପ୍ଟେମ୍ବରରେ ଆଫ୍ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ରେ ୩ ବର୍ଷର ଶତକ ମରୁଡ଼ି ଅବସାନ ଘଟାଇଥିବା ବିରାଟ କୋହଲି ବିଶେଷ କରି ଧଳା ବଲ୍ କ୍ରିକେଟ୍ ରେ ଆଉ ପଛକୁ ଚାହିନାହାନ୍ତି ।ସେ ଗୁଆହାଟୀରେ ନିଜର ୭୩ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ଭାରତର ୬୭ ରନ୍ ରେ ବିଜୟରେ ବଡ଼ ଭୁମିକା ନିଭାଇଥିଲେ । ସେହିପରି ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ରେ ୬୭ ବଲ୍ ରେ ୮୩ ରନ୍ କରି ନିଜର ଫିଟ୍ନେସ୍ ପ୍ରମାଣ ଦେଇ ସାରିଛନ୍ତି ।

Advertisement

ସେହିଭଳି ଯୁବ ଓପନର୍ ଶୁବମନ ଗିଲ୍ ମଧ୍ୟ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଫଳରେ ମଙ୍ଗଳବାର ପରି ଆଜି ମଧ୍ୟ ଶୀର୍ଷ ୩ ବ୍ୟାଟିଂକ୍ରମ ଶ୍ରୀଲଙ୍କାକୁ ଅଡୁଆରେ ପକାଇବା ସମ୍ଭାବନା ରହିଛି । ଶ୍ରେୟସ୍ ଆୟର୍ ଓ କେ.ଏଲ .ରାହୁଲ ପୂର୍ବରୁ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳିବା ପ୍ରାୟ ନିଶ୍ଚିତ ରହିଛି । ୱିକେଟ୍‌ରକ୍ଷକ ଦାୟିତ୍ୱରେ ରାହୁଲ ରହିବେ । ତେଣୁ ଏହି ମ୍ୟାଚ୍‌ରେ ଈଶାନ କିଶନ ଖେଳିବାର ସମ୍ଭାବନା ଦେଖାଯାଉ ନାହିଂ । ତେବେ ମହମ୍ମଦ ସାମିଙ୍କ ନେତୃତରେ ମହମ୍ମଦ ସିରାଜ,ଉମ୍ରାନ ମଲ୍ଲିକ ଓ ହାର୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ ।

Leave a Reply

Your email address will not be published. Required fields are marked *