Pratidin TV

Odisha's Digital News Platform

ଶ୍ରୀମନ୍ଦିରକୁ ଫେରୁଛନ୍ତି କଳିଆ ସାଆନ୍ତ, ବଡ଼ଦାଣ୍ଡେ ଲାଗିଛି ଗହଳି

ଜନ୍ମବେଦୀରେ ଆଜି ଲୀଳାଖେଳା ସାରି ଆଜି ବାହୁଡ଼ିବେ ଶ୍ରୀଜିଉ | ସାଙ୍ଗରେ ଭାଈ ଭଉଣୀଙ୍କୁ ଧରି ମେଲାଣି ନେବେ ମହାବାହୁ | ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା | ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ | ଏଥିପାଇଁ ନୀତି ନିର୍ଘଟ ଧାର୍ଯ୍ୟ ହୋଇଛି |

ତେବେ ପରମ୍ପରା ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ୧୨ ଟାରେ ପହଣ୍ଡି ଆରମ୍ଭ ହେବ | ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି | ରଥଟଣା ସାରିବା ପରେ ଶ୍ରୀଜିଉଙ୍କର ନୀତିକାନ୍ତି ସମ୍ପନ୍ନ ହେବ | ବାହୁଡା ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ସମସ୍ତ ବ୍ୟବସ୍ଥା କରଯାଇଛି |

ଅନ୍ୟପକ୍ଷରେ ବାହୁଡା ଯାତ୍ରାରେ ପୁରୀରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ଥ କରାଯାଇଛି |

Leave a Reply

Your email address will not be published. Required fields are marked *