ଆଜି ହେଉଛି ପବିତ୍ର ଧନତେରାସ.. ମାଆ ଲକ୍ଷ୍ମୀ,ଭଗବାନ ଗଣେଶଙ୍କ ସହ ଆଜି ପୂଜା ପାଇବେ ଭଗବାନ ଧନ୍ୱନ୍ତରୀ..
1 min readପ୍ରତିବର୍ଷ ଦୀପାବଳୀର ଦିନକ ପୂର୍ବରୁ ପଡେ ଧନତେରାସ୍ । ତେବେ ଚଳିତ ବର୍ଷ ନଭେମ୍ବର ୧୦ ତାରିଖରେ ପଡିଛି ଧନତେରାସ । କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିରେ ଏହା ପଡିଥାଏ । ଆଜିର ଦିନରେ ଧନଦାତ୍ରୀ ମାଆ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ସହ ଶ୍ରୀଧନ୍ୱନ୍ତରୀଙ୍କ ପୂଜା କରାଯାଏ । କିନ୍ତୁ ଆଜିକାଳିର ଲୋକମାନେ ମା ଲକ୍ଷ୍ମୀ ଏବଂ ଗଣେଶଙ୍କୁ ପୂଜା କରୁଥିବା ବେଳେ ଧନ୍ୱନ୍ତରୀଙ୍କୁ ଭୁଲିବାକୁ ବସିଲେଣି । ତେବେ ଏଠି ଜାଣି ରଖିବା ଉଚିତ ଯେ ଧନତେରାସ୍ କେବଳ ସୁନାଗହଣା କିଣିବାର ଦିବସ ନୁହେଁ, ଏହା ପଛରେ ଅନେକ ବୈଜ୍ଞାନିକ ତତ୍ତ୍ୱ ମଧ୍ୟ ରହିଛି ।
ଶ୍ରୀଧନ୍ୱନ୍ତରୀ ସମୁଦ୍ରମନ୍ଥନରୁ ଆବିର୍ଭାବ ହୋଇଥିବା ନେଇ ପୁରାଣରେ ବର୍ଣ୍ଣନା ରହିଛି । ସେ ଅମୃତକଳସ ଧରି ଆସିଥିଲେ । ବିଶ୍ୱର ବାୟୁ, ଜଳ, ମାଟି, ଆକାଶକୁ କିପରି ବିଷମୁକ୍ତ କରାଯାଇ ମନୁଷ୍ୟ ଓ ପ୍ରକୃତି ରୋଗମୁକ୍ତ ତଥା ସୁସ୍ଥ ରହିବ, ତାହାର ମାର୍ଗ ମଧ୍ୟ ସେ କହିଥିଲେ । ଆରୋଗ୍ୟଦାତା କହିଲେ ୩ଟି ତତ୍ତ୍ୱକୁ ବୁଝାଏ । ଯାହାଦ୍ୱାରା ମନୁଷ୍ୟ ସମାଜ ଓ ପରିବେଶ ସୁସ୍ଥ ହୋଇପାରିବ । ଯେପରି ଆ – ଆହାର, ରୋ- ରୋଗ ଏବଂ ଗ୍ୟ- ଜ୍ଞାନ । ଆମ୍ଭେମାନେ ଦୈନନ୍ଦିନ ପ୍ରାୟ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାଉ, ତାହାର ପ୍ରଧାନ କାରଣ ଆହାର । ଆହାର ସଂଯମତା ନ ରହିଲେ ରୋଗ ହୋଇଥାଏ ।