ଆଜି ଜାତୀୟ ପ୍ରେସ୍ ଦିବସ; ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି, ସ୍ବତନ୍ତ୍ରତା ଓ ଦାୟିତ୍ବର ପ୍ରତୀକ
1 min readଆଜି ହେଉଛି ଜାତୀୟ ପ୍ରେସ ଦିବସ । ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ | ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ଗଣତନ୍ତ୍ର କିଭଳି ସୁସ୍ଥ ଓ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ଲୋକଙ୍କ ହିତ ପାଇଁ କାମ କରିବେ, ସେଥିପାଇଁ ଗଣମାଧ୍ୟମ ନିଜର ଦାୟିତ୍ବ ନିର୍ବାହ କରିଥାଏ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ।
ପ୍ରତିବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରିଆସୁଛି ।
ପ୍ରେସ କାଉନସିଲ ଅଫ ଇଣ୍ଡିଆର ଇତିହାସ ବିଷୟରେ ଯଦି କହିବା ତାହାଲ ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ବାଧିନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା ହୋଇଥିଲା । ତେବେ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।