କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ଜନ୍ମ ବାର୍ଷିକୀରେ, ମନେ ପକାଉଛି ସାରା ଦେଶ…
1 min read
ଆଜି ହେଉଛି ସୁରସାମଗ୍ରୀ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ୯୪ ତମ ଜନ୍ମ ବାର୍ଷିକୀ । ଯାହାଙ୍କୁ ଭାରତର କୋକିଳ କଣ୍ଠି କୁହାଯାଏ । ତାଙ୍କ କଣ୍ଠରେ ଏମିତି ଏକ ଯାଦୁ ରହିଥିଲା ସେ ଯେକୈାଣସି ସଂଗୀତ ଗାଉଥିଲେ ତାହା ଅତି ସୁମଧୁର ଲାଗୁଥିଲା । ଏହି କିମ୍ବଦନ୍ତୀ ଗାୟିକା ତାଙ୍କ ଜୀବନ କାଳ ମଧ୍ୟରେ ପାଖାପାଖା ୫୦ ହଜାର ଗୀତ ଗାଇଛନ୍ତି । ତାଙ୍କର ପ୍ରତିଟି ସଂଙ୍ଗୀତ ଥିଲା ଅତି ଚତ୍ମକାର । ସେ ମଧ୍ୟରୁ ୟେ ମେରୀ ବତନ କେ ଲୋଗୋ, ବିନ୍ଦିୟା ଚମକେଗୀ,ଆୟେଗା ଆନେୟାଲା ଗୀତ ଗୁଡିକ ଅନ୍ୟତମ । ଆଉ ଏହି ଗୀତ ଗୁଡିକୁ ସେ ନିଜେ ମଧ୍ୟ ବେଶି ଭଲ ପାଉଥିଲେ । ବାସ୍ତବରେ, ଲତା ମଙ୍ଗେଶକରଙ୍କ ଦ୍ୱାରା ଗାନ କରାଯାଇଥିବା ଗୀତ ଗୁଡିକ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଭଗବାନଙ୍କ ଉପହାର ସଦୃଶ ଅଟେ । କାରଣ ତାଙ୍କ କଣ୍ଠରେ ସ୍ୱୟଂ ମା ସରସ୍ୱତୀ ବିଜେ କରିଛନ୍ତି ମବୋଲି ଲୋକେ କୁହନ୍ତି ।
ତେବେ ଆଜି ଲତା ମଙ୍ଗେସକରଙ୍କ ଜନ୍ମ ଦିବସରେ ସୋସିଆଲ ମିଡିଆ ତାଙ୍କୁ ମନେ ପକାଇ ଶୁଭେଚ୍ଛା ଜଣାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ସାହା ତାଙ୍କୁ ସ୍ମରଣ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବେ ସିନା ଲତା ମଙ୍ଗେସକର ଆମ ଗହଣରେ ନାହାନ୍ତି । କିନ୍ତୁ ଆଜି ମଧ୍ୟ ତାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ମନେ ପକାଉଛନ୍ତି । ଲତା କେବଳ ଭାରତର ଜଣେ ଗାୟକ ନୁହଁନ୍ତି, ବରଂ ସେ ଏକ ଭାବନା ଯାହା ସହିତ ପ୍ରତ୍ୟେକ ଦେଶବାସୀ ସଂଯୁକ୍ତ ଅଟନ୍ତି । କାରଣ ସେ ଛାଡିଯାଇଥିବା ଶନ୍ୟସ୍ଥାନ ସବୁବେଳେ ଅପୂରଣୀୟ ହୋଇ ରହିବ । ତାଙ୍କ ସଂଗୀତ ପ୍ରତ୍ୟକ ବ୍ୟକ୍ତିଙ୍କ ହୃଦୟରେ ସବୁଦିନ ପାଇଁ ଜୀବୀତ ରହିବ । ଏବଂ ବର୍ତ୍ତମାନର ସବୁ ସଂଙ୍ଗୀତଜ୍ଞଙ୍କ ପାଇଁ ପ୍ରେରଣା ସାଜିବେ ।