ମହାତ୍ମା ଗାନ୍ଧୀଙ୍କ ୭୬ତମ ତିରୋଧାନ ଦିବସ : ଜାତିର ପିତାଙ୍କୁ ମନେ ପକାଇଲା ସାରା ଦେଶ …
1 min readସତ୍ୟ ଅହିଂସାର ଅନ୍ୟତମ ପୁଜାରୀ ହେଉଛନ୍ତି ମହାତ୍ମା ଗାନ୍ଧି । ଯାହାଙ୍କ ଜୀବନର ଆଧାର ଥିଲା ତ୍ୟାଗ ଓ ସେବା । ଯିଏ ଦେଶ ଓ ଦଶର ଉନ୍ନତି ପାଇଁ ନିଜକୁ ସମର୍ପି ଦେଇଥିଲେ । ଭାରତବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦର କରିବା ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ଯୁଗସ୍ରଷ୍ଟା ଭାବେ ଆବିର୍ଭୂତ ହୋଇଥିଲେ । ପରାଧୀନ ଭାରତକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭିତରେ ମୁଖ୍ୟ ପୁରୋଧା ରହିଥିଲେ ମହାତ୍ମାଗାନ୍ଧି । ସେଥିପାଇଁ ତାଙ୍କୁ ସାରା ଦେଶବାସୀ ଖୁସିରେ ବାପୁ ବୋଲି ଡାକୁଥିଲେ । ବାପୁ ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ଦେଶର ସ୍ୱାର୍ଥ ପାଇଁ ଅନେକ ବଳିଦାନ ଦେଇଛନ୍ତି । ଅହିଂସା ପରମ ଧର୍ମର ବାର୍ତ୍ତା ଦେଇ ତ୍ୱ୍ୟାଗ ଓ ବଳିଦାନ ପାଇଁ ପାଲଟିଯାଇଥିଲେ ଜାତିର ପିତା ।
ହେଲେ ଆଜି ହେଉଛି ସେହି ଦିନ , ଯେଉଁ ଦିନ ଗୁଳି ମାଡରେ ଟଳି ପଡିଥିଲେ ବାପୁ । ୧୯୪୮ ମସିହା ଜୀନଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ନାଥୁରାମ ଗଡସେଙ୍କ ଗୁଳିରେ ଚାଲିଯାଇଥିଲା ବାପୁଙ୍କ ଜୀବନ । ପଏଣ୍ଟ ବ୍ଲାକରୁ ଗାନ୍ଧିଜୀଙ୍କୁ ଗୁଳି କରିଥିଲା ନାଥୁରାମ ଗଡସେ । ତିନଟି ଗୁଳି ବାଜିଥିଲା ବାପୁଙ୍କ ଦେହରେ । ଆଉ ସେଇଠି ହିଁ ଚାଲିଯାଇଥିଲା ବାପୁଙ୍କ ଜୀବନ । ସମୟ ଥିଲା ଅପରାହ୍ନ ୫ଟା । ସବୁ ଦିନ ପରି ଲୋକ ରୁଣ୍ଡ ହୋଇଥିଲେ ଦଲ୍ଲୀ ବିର୍ଲା ହାଉସରେ ବାପୁଙ୍କୁ ଟିକେ ଦେଖିବା ପାଇଁ । କାରଣ ପ୍ରାର୍ଥନା ସଭାରେ ଯୋଗଦେବେ ଗାନ୍ଧିଜୀ । ଠିକ୍ ସେତିକିବେଳେ ୫.୧୨ ରେ ଯୋଗ ଦେଇଥିଲେ ଗାନ୍ଧିଜୀ । ଠିକ୍ ସେହିସମୟରେ ଜଣେ ଖାକି ପୋଷାକ ପିନ୍ଧିଥିବା ଯୁବକ ବାପୁଙ୍କ ସାମ୍ନାକୁ ଆସିଥିଲେ । ସେତେବେଳେ ବାପୁଙ୍କୁ ସାହାରା ଦେଉଥିବା ମନୁ ବେନ୍ ତାଙ୍କୁ ପଛକୁ ଚାଲିଯିବା ପାଇଁ କହୁଥିଲେ । ହେଲେ ଯୁବକ ଜଣଙ୍କ ତାଙ୍କୁ ଠେଲି ଦେଇ ବନ୍ଧୁକ ବାହାର କରିଥିଲେ ଆଉ ଅତି ପାଖରୁ ବାପୁଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଲହୁଲୁହାଣ ହୋଇ ସେଇଠି ଟଳି ପଡିଲେ ଗାନ୍ଧିଜୀ । କେହି କିଛି ବୁଝିବା ପୂର୍ବରୁ ସବୁ କିଛି ଶେଷ ହୋଇଗଲା । ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ଗାନ୍ଧିଜୀ । ମୃତ୍ୟୁବେଳକୁ ଗାନ୍ଧିଜୀଙ୍କୁ ୭୮ ବର୍ଷ ହୋଇଥିଲା । ଆଉ ସେହି ଦିନଠାରୁ ବାପୁଙ୍କ ବଳିଦାନକୁ ମନେପକାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ୩୦ ତାରିଖକୁ ମହାତ୍ମା ଗାନ୍ଧୀଙ୍କର ପୂଣ୍ୟତିଥି ହିସାବରେ ପାଳନ କରାଯାଏ । ଅନ୍ୟପଟେ ବାପୁଙ୍କର ପୁଣ୍ୟତିଥିକୁ ସହିଦ ଦିବସ ଭାବେ ମଧ୍ୟ ପାଳନ କରାଯାଏ ।
ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି, “ପୂଜ୍ୟ ବାପୁଙ୍କ ପୁଣ୍ୟ ତିଥିରେ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହାସହ ଦେଶ ପାଇଁ ସହିଦ ହୋଇଥିବା ଅନ୍ୟମାନଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ବଳିଦାନ ଆମକୁ ଲୋକଙ୍କ ସେବା କରିବାକୁ ଏବଂ ଦେଶ ପାଇଁ ସେମାନଙ୍କର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ପ୍ରେରଣା ଦେଇଥାଏ ।