ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ ….
1 min readଆଜି ଶ୍ରାବଣର ପ୍ରଥମ ସୋମବାର । କହିବାକୁ କଲେ ଆମେ ପ୍ରିୟ ଭୋଳାନାଥଙ୍କ ପ୍ରିୟ ଦିନ । ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ। ବୋଲ ବମ୍ ହରେ ହରେ ବମ୍ରେ କମ୍ପୂଛି ଶିବ ମନ୍ଦିର । ଶ୍ରାବଣର ପହିଲି ସକାଳରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡ଼ିଆ।
ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣିଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଆଜି ଜଳାଭିଷେକ କରିଛନ୍ତି । ସେପଟେ ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ଼ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ।
ସେହିଭଳି ଶ୍ରାବଣ ପ୍ରଥମ ସୋମବାରରେ ମନ୍ଦିରରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ ହୋଇଛି। ଧବଳେଶ୍ୱରରେ ମନ୍ଦିରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାଉଡ଼ିଆ ମାନେ ପ୍ଲାଷ୍ଟିକ କଳସରେ ପାଣି ନ ଢାଳିବାକୁ ନିୟମ ରହିଛି।