Pratidin TV

Odisha's Digital News Platform

ଆଜି ପବିତ୍ର ଇଦ୍‌ ଉଲ ଫିତର….ଚଳଚଞ୍ଚକ କଟକ ସବୁ ମସଜିଦ

1 min read

ଆଜି ପବିତ୍ର ଇଦ୍ । ଏହି ଅବସରରେ କଟକରେ ଧୂମଧାମରେ ପାଳନ ହେଉଛି ଇଦ୍ ପର୍ବ । ମୂସଲମାନ ଭାଇ ଭଉଣୀମାନେ କଦମ୍ ରସୁଲରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ କଟକର ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତ୍ତୁପ୍ତ ମିଶ୍ର ଏବଂ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା କଟକ କଦମ୍ ରସୁଲରେ ପହଞ୍ଚି ମୁସଲମାନ ଭାଇଭଉଣୀମାନଙ୍କ ସହ ମିଶିବା ସହ ଇଦର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏମାନଙ୍କ ସହ ବିଜେଡି ନେତା ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାସ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।

ଆଜି ପବିତ୍ର ଇଦ୍ । ଆନନ୍ଦ ଉତ୍ସାହର ସହ ଆଜି ପାଳିତ ହେବ ଇଦ୍‌-ଉଲ-ଫିତର। ଇଦ୍ ନେଇ ଭାଇଚାରର ସହର କଟକରେ ଧୂମଧାମରେ ପାଳନ ହେଉଛି ଇଦ୍ ପର୍ବ । ମୂସଲମାନ ଭାଇ ଭଉଣୀମାନେ କଦମ୍ ରସୁଲରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଥିଲେ । ନିଷ୍ଠାର ସହ ପୂରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ ଧର୍ମାବଲମ୍ବୀ।

ଏହି ଅବସରରେ କଟକର ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତ୍ତୁପ୍ତ ମିଶ୍ର ଏବଂ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା କଟକ କଦମ୍ ରସୁଲରେ ପହଞ୍ଚି ମୁସଲମାନ ଭାଇଭଉଣୀମାନଙ୍କ ସହ ମିଶିବା ସହ ଇଦର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏମାନଙ୍କ ସହ ବିଜେଡି ନେତା ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାସ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।

ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *