Pratidin TV

Odisha's Digital News Platform

ଆଜି ବିଶ୍ୱ ପିତୃ ଦିବସ; ବିଶ୍ବାସର ସାଗର, ତ୍ୟାଗ ଓ ବଳିଦାନର ପ୍ରତୀକ ଓ ପରିବାରର ମେରୁଦଣ୍ଡ ହେଉଛନ୍ତି ବାପା

ବାପା ହେଉଛନ୍ତି ପରିବାର ପାଇଁ ମେରୁଦଣ୍ଡ । ସନ୍ତାନ ପ୍ରତି ପିତାଙ୍କର ତ୍ୟାଗ ଓ ବଳିଦାନ ଅତୁଳନୀୟ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବାର ମୁହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା । ବିପଦ ଆପଦରେ ଯାହାର ଛତ୍ରଛାୟା ତଳେ ପୁରା ପରିବାର ସୁରକ୍ଷିତ ରହିପାରେ ସେ ହେଉଛି ପିତାଙ୍କ ହାତ । ପରିବାରର ମେରୁଦଣ୍ଡ ହେଉଛନ୍ତି ପିତା । ବାପାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହାକୁ ‘ଫାଦର୍ସ ଡେ’ ବା ପିତୃଦିବସ ଭାବେ ପାଳନ କରାଯାଏ । ସନ୍ତାନସନ୍ତତିମାନେ ପିତାଙ୍କ ତ୍ୟାଗ ଓ ଭଲ ପାଇବାକୁ ସମ୍ମାନ ଜଣାଇ ଏହ ଦିନଟିକୁ ପାଳନ କରିଥାନ୍ତି ।

ନିଜର ଇଚ୍ଛାକୁ ବଳିଦେଇ ସେ ସନ୍ତାନ ପାଖେ ଅଜାଡି ଦିଅନ୍ତି ଦୁନିଆର ସବୁ ଖୁସି । ବାପା ହେଉଛନ୍ତି ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସନ୍ଦୁର ଉଦାହରଣ । ବହୁ କାଳରୁ ରହିଆସିଛି, ସେହି ମହାନ୍‌ ସଂସ୍କୃତି ପିତା ଧର୍ମଃ ପିତା ସ୍ବର୍ଗଃ ପିତାହିଁ ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ ।

ବାପାଙ୍କ ୨ ପଦ……

ତୁମରି କରୁଣାରେ ଦେଖିଲେ ଦୁନିଆ
ତୁମ ହାତ ଧରି ପ୍ରଥମେ ହୋଇଲି ଠିଆ

ଚାଲିବ ଶିଖିଲି ତୁମର ତ ହାତ ଧରି
ଉପରେ କଠୋର ଅନ୍ତରେ କୋମଳ ଭରି

ମାନେ ପଡେ ସେହି ଉପଦେଶ ଭରା ବାଣୀ
ମୋର ସୁଖେ ଉତ୍ସର୍ଗୀତ ଥିଲା ହେ ପୂଜ୍ୟ ମହାମାନି |

୨ .
ମୋତେ ଛାଇରେ ରଖି
ନିଜେ ଖରାରେ ଜଳିଲେ
ମୁଁ ଏପରି ଏକ ଜୀବନ୍ତ ଭଗବାନଙ୍କୁ
ଦେଖିଲି ବାପାଙ୍କ ରୂପରେ

Leave a Reply

Your email address will not be published. Required fields are marked *