Pratidin TV

Odisha's Digital News Platform

ଆଜି ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ…… ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପରେ ଆଜି ଅନୁଷ୍ଠିତ ହେବ ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ । ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ୮ ରାଜ୍ୟର ୫୭ ସଂସଦୀୟ ଆସନରେ ସକାଳୁ ଭୋଟିଂ ଆରମ୍ଭ ହୋଇସାରିଛି ।

ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତ ଦେଇଛି ଭୋଟ୍ । ଏହି ପର୍ଯ୍ୟାୟରେ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ଭୋଟିଂ ଚାଲିଛି। ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେଉଛି। ସେହିପରି ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ମଧ୍ୟ ଚାଲିଛି ଭୋଟିଂ। ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୧୦.୦୬ ‌କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ଭୋଟ ଦେଉଛନ୍ତି | ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି। ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍ ବ୍ୟବସ୍ଥା ହୋଇଛି |

ଅନ୍ୟପଟେ ଆଜି ଦେଶରେ ୭ମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମ ଓ ପୋଲ ଓ୍ବାଚ ସଂସ୍ଥା ଦ୍ବାରା ହୋଇଥିବା ସର୍ବେକ୍ଷଣ ‘ବୁଥ ବାହୁଡା ଜନମତ’ ବା ‘ଏକଜିଟ୍‌ ପୋଲ’ ପ୍ରକାଶ ପାଇବ । ସାଧାରଣ ନିର୍ବାଚନ ସହ ୪ ରାଜ୍ୟରେ ‘ଏକଜିଟ୍‌ ପୋଲ’ର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।

Leave a Reply

Your email address will not be published. Required fields are marked *