Pratidin TV

Odisha's Digital News Platform

ଆଜି ୱାୟନାଡା ଯିବେ ମୋଦି, ଆକାଶମାର୍ଗରୁ କରିବେ ଯାଞ୍ଚ

1 min read

ଆଜି ୱାୟନାଡା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଭିସ୍ଖଳନ ଧ୍ୱସ୍ତ ବିଧ୍ୱସ୍ତ କେରଳର ଆକାଶମାର୍ଗରୁ କରିବେ ଯାଞ୍ଚ | ଆଜି ଦିନ ପ୍ରାୟ ୧୧ଟାରେ ମୋଦି କନ୍ନୁର୍ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ୱାୟନାଡର ଭୁସ୍ଖଳନ ଅଞ୍ଚଳରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ଏହାପରେ ମଧ୍ୟାହ୍ନ ୧୨ଟା ପରେ ଭୁସ୍ଖଳନ ଦ୍ୱାରା ପ୍ରଭାବିତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ |

ତେବେ ଏହିସମୟରେ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଚାଲିଥିବା ପୁନର୍ବାସ କାର୍ଯ୍ୟ ମଧ୍ୟ ଯାଞ୍ଚ କରିବେ। ଏହା ପରେ ସେ ରିଲିଫ୍ କ୍ୟାମ୍ପ ଏବଂ ହସ୍ପିଟାଲରେ ଭୂସ୍ଖଳନ ପୀଡିତଙ୍କ ସମେତ ଅନ୍ୟ ଲୋକଙ୍କ ସହ ଆଲୋଚନା କରିବେ ଏବଂ ଯୋଗାଯୋଗ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ, ଯେଉଁଠାରେ ତାଙ୍କୁ ଏହି ଘଟଣା ଏବଂ ଚାଲିଥିବା ରିଲିଫ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ସୂଚନା ଦିଆଯିବ।

ସୂଚନା ଅନୁଯାୟୀ, ଜୁଲାଇ ୩0 ରେ କେରଳର ୱାୟାନାଡରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୫0 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜୀବନ ଏବଂ ସମ୍ପତ୍ତିରେ ମଧ୍ୟ ବହୁ କ୍ଷତି ଘଟିଛି। NDRF, SDRF, SOG ଏବଂ ଜଙ୍ଗଲ ଅଧିକାରୀଙ୍କ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି |

Leave a Reply

Your email address will not be published. Required fields are marked *