Pratidin TV

Odisha's Digital News Platform

ପୁଣି ଆଜି NDA ବୈଠକ, ରାଷ୍ଟ୍ରପତିଙ୍କୁ ଭେଟିବେ ଦଳୀୟ ନେତା

1 min read

ଦେଶରେ ଆସିବାକୁ ଯାଉଛି ମୋଦି ୩.0 | ଆସନ୍ତା ରବିବାର ଦିନ ତୃତୀୟ ଥର ପାଇଁ ଶପଥ ନେଇ ନରେନ୍ଦ୍ର ମୋଦି ହେବେ ପ୍ରଧାନମନ୍ତ୍ରୀ | ତେବେ ପୁଣି ଆଜି ହେବ NDA ବୈଠକ | ଏହାପରେ ରାଷ୍ଟ୍ରପତିଙ୍କ ନିକଟରେ NDA ପାର୍ଟିର ନେତା ସରକାର ଗଢିବାକୁ ଦାବି ଜଣାଇବେ | ଏହି ସୂଚନା ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଛି |

ତେବେ ସୂଚନା ଅନୁଯାୟୀ, ଆଜି ଅର୍ଥାତ ଜୁନ ୭ରେ NDA ର ବୈଠକ ବସିବ | ଏହାପରେ ରାଷ୍ଟ୍ରପତିଙ୍କୁ ଭେଟି NDA ପାର୍ଟିର ନେତା ସରକାର ଗଢିବାକୁ ଦାବି ଜଣାଇବେ | ଏହାପୂର୍ବରୁ ଗତ ୫ ତାରିଖରେ ମଧ୍ୟ ମୋଦିଙ୍କ ବାସଭବନରେ ବସିଥିଲା NDA ବୈଠକ | ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ନରେନ୍ଦ୍ର ମୋଦି NDA ର ନେତା ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ | କାରଣ ଏହି ବୈଠକ ପୂର୍ବରୁ ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ |

Advertisement

ଜବାହରଲାଲ ନେହରୁଙ୍କ ପରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି | ଦେଶରେ ଜବାହରଲାଲ ନେହରୁଙ୍କ ପରେ ମୋଦି ହେଉଛନ୍ତି ୨ୟ ପ୍ରଧାନମନ୍ତ୍ରୀ ଯିଏ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି |

ତେବେ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ | ଏହି ଶପଥ ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ନେପାଳରୁ ରାଜ୍ ଅତିଥି ଭାରତକୁ ଆସିବେ ବୋଲି ସୂଚନା ମିଳିଛି। ଏଥିପାଇଁ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି ।

Leave a Reply

Your email address will not be published. Required fields are marked *