ଆଜି ରାଧା ପାଦ ଦର୍ଶନରେ ମିଳେ କୋଟି ଜନ୍ମର ପୂଣ୍ୟ ।
1 min readଆଜି ହେଉଛି ଅଁଳା ନବମୀ, ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳ ଚଞ୍ଚଳ ହୋଇଉଠିଛି ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିର । ବର୍ଷକ ରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ଏଠାରେ । ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି…. ।
ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିର । ଆଜିର ଦିନରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମ୍ନାରେ ଲକ୍ଷାଧିକ ଭକ୍ତ ମାନଙ୍କର ଭିଡ ଲାଗିଛି । ରାତ୍ର ୧ଟା ଏରେ ଦ୍ଵାର ପୂଜା ପରେ ମଙ୍ଗଳା ଆଳତୀ,ମର୍ଦନ ଅବକାଶପରେ ନଟବର ଵେଶ ସମାପ୍ତ ହେବା ପରେ ଭୋର ସମୟ ରୁ ସୂର୍ଯ୍ୟପୂଜା, ବଲ୍ଲଭ , ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ସକାଳ ୫ଟା ୪୫ ମିନିଟ ଠାରୁ ଭକ୍ତ ମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଚାଲିଛି । ସେପଟେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ଆଜିର ଦିନରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ ମିଳିବା ସହିତ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇଥାନ୍ତି ବୋଲି ବିଶ୍ଵାସ ରହିଥିବା ବେଳେ ଶ୍ରଦ୍ଧାଳୁ ମାନେ ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଲ୍ପ କରିଥାନ୍ତି ଅଁଳା ଗଛ ପାଖରେ ଭକ୍ତ ମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏସପିଙ୍କ ନେତୁତ୍ଵରେ ୨୦ ପ୍ଲାଟୁନ ଫୋର୍ସ,୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ଇନ୍ସପେକ୍ଟର ୧୫ ଜଣ ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରଯାଇଥିବା ବେଳେ ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ ସହିତ ବିଭିନ୍ନ ସ୍ଵେଚ୍ଚାସେଵୀ ସଂଗଠନ ନିୟୋଜିତ ରହିଛନ୍ତି ।
କାର୍ତ୍ତିକ ମାସ ଶୁକ୍ଲ ନବମୀରେ ରାଧା ପାଦ ଦର୍ଶନ କଲେ ମହାପୂର୍ଣ୍ଣ ମିଳିବା ସହିତ ପରିବାର ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି, ବିଶ୍ଵାସ ଅଛି ଆଜିର ଦିନରେ ମା ରାଧାଙ୍କୁ ଦର୍ଶନ କଲେ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇବା ସହିତ ପରିବାର ମଙ୍ଗଳହୋଇଥ।ଏ ।