Pratidin TV

Odisha's Digital News Platform

ବନ୍ଦ ରହିପାରେ ଆଜି ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଆଜି ଅପରାହ୍ଣରେ ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଙ୍ଗାର କରିବେ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର‌୍ୟ୍ୟନ୍ତ ସାଧାରଣ ଦର୍ଶନ ବାରଣ କରାଯାଇଛି । ୨ୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ କରାଯିବ । ଗୁଣ୍ଡିଚାଘର ଗର୍ଭଗୃହରେ ପ୍ରବେଶ କରି ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଙ୍ଗାର କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଇଥାଏ ।

Leave a Reply

Your email address will not be published. Required fields are marked *