Pratidin TV

Odisha's Digital News Platform

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ଦୀପାବଳୀ, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

1 min read

ଆଜି ଶ୍ରୀମନ୍ଦିରରେ ଦୀପାବଳୀ ପାଳନ ହେବ। ଏହାସହ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ପଞ୍ଜିକା ମଧ୍ୟରେ ଅସମାନତା କାରଣକୁ ଗତକାଲି କିଛି ଦୀପାବଳୀ ପାଳନ କରିଥିବାବେଳେ ଆଜି କିଛି ପାଳନ କରୁଛନ୍ତି। ଗତକାଲି କିଛି ଦୀପାବଳୀ ସାଙ୍ଗକୁ ବଡ଼ବଡ଼ୁଆ ଡାକିଥିବାବେଳେ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।

ପୁରୀ ବଡ଼ଦାଣ୍ଡରେ ମଧ୍ୟ କିଛି ଶ୍ରଦ୍ଧାଳୁ ଗତକାଲି କାଉଁରିଆ ଜାଳିଥିଲେ। ତେବେ ଜ୍ୟୋତିର୍ବିଦ୍‌ ଓ ଗବେଷକଙ୍କ ମତରେ ଗୁରୁବାର ଅପରାହ୍ନ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରୁଥିବାର ବଡ଼ବଡୁଆ ନ ଡାକିବାକୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଜ୍ୟୋତିର୍ବିଦମାନେ ପାଞ୍ଜି ଅନୁଯାୟୀ ଅକ୍ଟୋବର ୩୧ତାରିଖ ରାତିରେ କାଳୀପୂଜା ଓ ନଭେମ୍ବର ୧ରେ ପୟାଶ୍ରାଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ।। ପାଞ୍ଜି ଗଣନାଙ୍କ ମତ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ତେଣୁ ୧ତାରିଖରେ ଶ୍ରାଦ୍ଧ କରିବାକୁ ଗବେଷକ ଓ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି।

Advertisement

ଶ୍ରୀମନ୍ଦିରରେ ଦୀପାବଳୀ ପାଳନ ସାଙ୍ଗକୁ କାର୍ତ୍ତିକରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଜଣ ଅତିରିକ୍ତ ଏସପି,୧୧ ଡିଏସପି, ୧୮ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି।ଗତକାଲି ରାଜ୍ୟରେ ଅନ୍ୟ ଅଂଚଳରେ ଦୀପାବଳି ପାଳନ ହୋଇଥିବାବେଳେ ଆଜି ପୁରୀରେ ପାଳନ କରାଯିବ।

Leave a Reply

Your email address will not be published. Required fields are marked *