Pratidin TV

Odisha's Digital News Platform

ରଥ ଉପରେ ଆଜି ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରାଜରାଜେଶ୍ବର ବେଶ ବା ସୁନାବେଶ। ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଡାଉ ବେଶ ବା ସୁନାବେଶ । ରଥ ଉପରେ ଏହି ବେଶ ଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ।

ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରଯାଇଛି । ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୂଢ଼ ୩ ଠାକୁର।

ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ରୁ ବାରିକେଟ ଦେଇ ଭକ୍ତ ମାନେ ଆସିବା ସହ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଦର୍ଶନ କରି ବାହାରକୁ ବାହାରିବେ । ଶୃଙ୍ଖଳିତ ଭାବେ ସୁନାବେଶ ଦର୍ଶନ ପାଇଁ ରଥ ଉପରେ ସେବାୟତ ମାନେ ବିଗ୍ରହ ସମ୍ମୁଖରେ ନ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *