Pratidin TV

Odisha's Digital News Platform

ଆଗକୁ ଆସୁଛି ପାର୍ବଣ ଋତୁ, ସୁନା ଗହଣା ମୂଲ୍ୟରେ ହୋଇଛି ବଡ ପରିବର୍ତ୍ତନ…

1 min read


ଭୂବନେଶ୍ୱରରେ : ଦେଶରେ ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ । ଆଉ ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ସ ଉପକରଣ ସହ ସିଲଭର ଜିନିଷ କିଣାକିଣି ଆରମ୍ଭ ହୋଇଯାଇଛି । ସେହିପରି ସୁନା ଗହଣା କିଣା କିଣିରେ ମହିଳା ମାନେ ବେଶି ଆଗ୍ରହୀ ହୋଇଥାନ୍ତି । ତେବେ ଦିନକୁ ଦିନ ଏହାର ମୂଲ୍ୟ ବୃଦ୍ଧି ପାଉଥିବା ହେତୁ ଚିନ୍ତାରେ ଗ୍ରାହକ । ଆଉ ଏହାରୀ ମଧ୍ରେ ଆଗକୁ ପାର୍ବଣ ଋତୁ ଆସୁଥିବା ରୁ ସୁନା ଗହଣା ମୁଲ୍ୟରେ ବଡ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା ବଜାରରେ କେତେ ମୂଲ୍ୟ.?
ପାର୍ବଣ ଋତୁ ସମୟରେ ଶସ୍ତା ରହିବ ସୁନା । ମାକେର୍ଟରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୯୫୦ ଟଙ୍କା ହୋଇଥିବା ବେଳେ ସେହିପରି ୨୪ କ୍ୟାରେଟ ସୁନା ମୁଲ୍ୟ ଦଶ ଗ୍ରାମ ୫୯,୯୫୦ ଟଙ୍କା । ଅନ୍ୟପଟେ ଓଡିଶାର ଭୂବନେଶ୍ୱରରେ ସୁନା ଗହଣା ମୁଲ୍ୟ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପ୍ରତି ୫,୪୯୫ ଟଙ୍କା ମୂଲ୍ୟ ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୫୪ ହଜାର ୯୫୦ ଟଙ୍କା ମୁଲ୍ୟ ରହିଛି । ତେବେ ଆମେ ଯଦି ୨୪ କ୍ୟାରେଟ ସୁନା ମୂଲ୍ୟ ଦେଖିବାକୁ ଯିବା ଭୂବନେଶ୍ୱରରେ ୨୪ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପ୍ରତି ୫,୯୯୫ ରହିଥିବା ବେଳେ ସେହିଭଳି ୧୦ ଗ୍ରାମ ପତି ୫୯,୯୫୦ ଟଙ୍କା ମୁଲ୍ୟ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *