Pratidin TV

Odisha's Digital News Platform

ଗ୍ରାହାକଙ୍କ ପାଇଁ ଆସିଲା ଖୁସି ଖବର କମିଲା ସୁନା ଦର, ନଜର ପକାନ୍ତୁ କ’ଣ ରହିଛି ଆଜିର ମୁଲ୍ୟ?

1 min read


ଭୂବନେଶ୍ୱର: ଦିନକୁ ଦିନ ସୁନାର ମୁଲ୍ୟ ମହଙ୍ଗା ହେଉଥିବା ବେଳେ ତଥାପି ଗ୍ରାହକ ମାନେ ସୁନା କିଣିବାରେ ସବୁବେଳେ ଆଗ୍ରହୀ ରହିଥାନ୍ତି । ସୁନାରୂପାର ମୂଲ୍ୟ ସବୁବେଳେ ଗୋଟେ ପ୍ରକାର ମୂଲ୍ୟ ରହିନଥାଏ । ପ୍ରତିଦିନ ଏହାର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ । ତେବେ ଆଜି ମହିଳା ମାନଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଆଜି ସୁନାରେଟ କମିଥିବା ଦେଖାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି ।


ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି । ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମ ପ୍ରତି ୫,୪୫୦ ଟଙ୍କା ମୂଲ୍ୟ ରହ୍ୟିଥିବା ବେଳେ ୧୦ ଗ୍ରାମ ପ୍ରତି ୫୪.୫୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୫.୯୪୫ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୫୯.୪୫୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫.୪୫୦ ଟଙ୍କା ଓ ୧୦ ଗ୍ରାମପ୍ରତି ୫୪.୫୦୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୫.୯୪୫ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୫୪.୫୦୦ ଟଙ୍କା ମୂଲ୍ୟ ରହିଛି ।

Advertisement


ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୪.୬୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୯.୬୦୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୪.୫୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୫୯.୪୫୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୪.୫୦୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୫୯.୪୫୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *