Pratidin TV

Odisha's Digital News Platform

ଗତକାଲି ର ସୁନାମୁଲ୍ୟ ଆଜି ଅପରିବର୍ତ୍ତିତ ରହିଛି , କିଣିବା ପୂର୍ବରୁ ପକାନ୍ତୁ ନଜର…

1 min read


ଭୂବନେଶ୍ୱର: ଗତକିଛି ଦିନ ହେବ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇଲା ପରେ ବର୍ତ୍ତମାନ ଧୀରେ ଧିରେ ବଢିବାର ଲାଗିଛି । ଗତକାଲି ର ସୁନାମୁଲ୍ୟ ଆଜି ଅପରିବର୍ତ୍ତିତ ରହିଛି । ରାଜ୍ୟ ତଥା ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ରେଟ ହ୍ରାସ ପାଇଥିବା ବେଳେ ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ସୁନାର ମୁଲ୍ୟ ମହଙ୍ଗା ହେଉଥିବା ବେଳେ ତଥାପି ଗ୍ରାହକ ମାନେ ସୁନା କିଣିବାରେ ସବୁବେଳେ ଆଗ୍ରହୀ ରହିଥାନ୍ତି । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । କାରଣ ଗତକାଲି ଠାରୁ ଆଜିି ସୁନାଦର ଅପରିବର୍ତ୍ତିତ ରହିଛି । ତେବେ ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି ।


ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି । ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମ ପ୍ରତି ୫.୪୦୦ ଟଙ୍କା ମୂଲ୍ୟ ରହ୍ୟିଥିବା ବେଳେ ୧୦ ଗ୍ରାମ ପ୍ରତି ୫୪.୦୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୫.୮୯୧ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୫୮.୯୧୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫.୪୦୦ ଟଙ୍କା ଓ ୧୦ ଗ୍ରାମପ୍ରତି ୫୪.୦୦୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୫.୮୯୧ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୫୮.୯୧୦ ଟଙ୍କା ମୂଲ୍ୟ ରହିଛି ।

Advertisement


ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୪,୧୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୯,୦୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୪.୦୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୫୮,୯୧୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୪.୦୦୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୫୮,୯୧୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *