Pratidin TV

Odisha's Digital News Platform

ଆଜି ଧନତେରସରେ ବଢିଲା ସୁନାଦର, କିଣିବା ପୂର୍ବରୁ ପକାନ୍ତୁ ନଜର…

1 min read

ଭୂବନେଶ୍ୱର: ଆଜି ହେଉଛି ଧନତେରସ । ଲଗାତାର ଭାବେ କିଛିଦିନ ସୁନାମୂଲ୍ୟ ହ୍ରାସ ପାଇଥିଲା ବେଳେ ଆଜି ଦର ବୃଦ୍ଧି ପାଇଛି । ଅର୍ଥାତ ଗତକାଲିର ସୁନାମୂଲ୍ୟ ତୁଳନାରେ ଆଜି ଦର ବୃଦ୍ଧି ପରିଲକ୍ଷିତ ହୋଇଛି । ପରବର୍ତ୍ତୀ ସମୟରେ ଏହାର ମୁଲ୍ୟ ଆହୁରୀ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି । ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି ।

ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମପ୍ରତି ୫.୬୦୦ ଟଙ୍କା ମୂଲ୍ୟ ରହ୍ୟିଥିବା ବେଳେ ୧୦ ଗ୍ରାମ ପ୍ରତି ୫୬.୦୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୬.୧୦୯ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୬୧.୦୯୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫.୬୦୦ ଟଙ୍କା ଓ ୧୦ ଗ୍ରାମପ୍ରତି ୫୬.୦୦୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୬.୧୦୯ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୬୧.୦୯୦ ଟଙ୍କା ମୂଲ୍ୟ ରହିଛି ।

Advertisement

ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୬,୧୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୬୧,୨୪୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୬,୬୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୬୧,୦୯୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୬,୬୦୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୬୧,୦୯୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *