Pratidin TV

Odisha's Digital News Platform

ମାସ ଶେଷରେ କମିଲା ସୁନାଦର, ଜାଣନ୍ତୁ କେତେ ରହିଛି ସୁନା ରେଟ…

1 min read

ଭୂବନେଶ୍ୱର: ନଭେମ୍ବର ମାସର ଶେଷ ଦିନରେ କମିଲା ସୁନାଦର । ଅର୍ଥାତ ଗତକାଲିର ସୁନାମୂଲ୍ୟ ତୁଳନାରେ ଆଜି ଦର ହ୍ରାସ ପରିଲକ୍ଷିତ ହୋଇଛି । ପରବର୍ତ୍ତୀ ସମୟରେ ଏହାର ମୁଲ୍ୟ ଆହୁରୀ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି । ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି ।

ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମପ୍ରତି ୫.୭୫୦ ଟଙ୍କା ମୂଲ୍ୟ ରହ୍ୟିଥିବା ବେଳେ ୧୦ ଗ୍ରାମ ପ୍ରତି ୫୭.୫୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୬.୨୭୩ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୬୨.୭୩୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫.୭୫୦ ଟଙ୍କା ଓ ୧୦ ଗ୍ରାମପ୍ରତି ୫୭.୫୦୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୬.୨୭୩ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୬୨.୭୩୦ ଟଙ୍କା ମୂଲ୍ୟ ରହିଛି ।

Advertisement

ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୭,୬୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୬୨,୮୮୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୭,୫୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୬୨,୭୩୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୭,୫୦୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୬୨,୭୩୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *