Pratidin TV

Odisha's Digital News Platform

ଗ୍ରାହଙ୍କକ ପାଇଁ ଖୁସି ଖବର,କମିଲା ସୁନାଦର,କିଣିବା ପୂର୍ବରୁ ପକାନ୍ତୁ ନଜର…


ଭୂବନେଶ୍ୱର: ଇସ୍ରାଏଲ ହାମାସ ଲଢେଇ ପାଇଁ ସୁନା ଦର ପ୍ରଭାବିତ ହୋଇଥିଲା । ଗତକିଛି ଦିନ ମଧ୍ୟରେ ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇ ସୁନା ମୁଲ୍ୟ ଆକାଶ ଛୁଆଁ ହୋଇଥିଲା । ଏହାରି ଭିତରେ ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଗତକାଲିର ସୁନାମୁଲ୍ୟ ରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଅର୍ଥାତ କାଲିର ସୁନା ଦରରେ ଆଜି ସାମାନ୍ୟ ହ୍ରାସ ପାଇଛି । ପରବର୍ତ୍ତୀ ସମୟରେ ମୁଲ୍ୟ ଆହୁରୀ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଖୁବଶୀଘ୍ର ଆପଣ କିଣି ନିଅନ୍ତୁ ଗହଣା । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି ।


ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି । ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମ ପ୍ରତି ୫.୫୧୦ ଟଙ୍କା ମୂଲ୍ୟ ରହ୍ୟିଥିବା ବେଳେ ୧୦ ଗ୍ରାମ ପ୍ରତି ୫୫.୧୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୬.୦୧୧ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୬୦.୧୧୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୬.୦୧୧ ଟଙ୍କା ଓ ୧୦ ଗ୍ରାମପ୍ରତି ୫୫.୧୦୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୬.୦୪୪ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୬୦.୧୧୦ ଟଙ୍କା ମୂଲ୍ୟ ରହିଛି ।


ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୫,୨୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୬୦,୨୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୫.୧୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୬୦,୧୧୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୫.୧୦୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୬୦,୧୧୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *