କମିଲା ରେଟ୍ ଜାରି ହେଲା ସୁନାର ନୁଆ ଦର, କିଣିବା ପୂର୍ବରୁ ପକାନ୍ତୁ ନଜର…
1 min readଭୂବନେଶ୍ୱର: ଆରମ୍ଭ ହୋଇଯାଇଛି ବିବାହ ଋତୁ । ସୁନା ଦରରେ ହେଲା ବଡ ପରିବର୍ତ୍ତନ । ଆଜି ବଜାରରେ ଜାରୀ ହେଲା ସୁନାର ନୂଆ ଦର । ଗତକାଲିର ସୁନାମୂଲ୍ୟ ତୁଳନାରେ ଆଜି ଦର କମ ପରିଲକ୍ଷିତ ହୋଇଛି । ପରବର୍ତ୍ତୀ ସମୟରେ ଏହାର ମୁଲ୍ୟ ଆହୁରୀ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି । ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି ।
ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମପ୍ରତି ୫.୬୯୫ ଟଙ୍କା ମୂଲ୍ୟ ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୫୬.୯୬୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୬.୨୧୩ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୬୨.୧୩୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫.୬୯୫ ଟଙ୍କା ଓ ୧୦ ଗ୍ରାମପ୍ରତି ୫୬.୯୬୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୬.୨୧୩ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୬୨.୧୩୦ ଟଙ୍କା ମୂଲ୍ୟ ରହିଛି ।
ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୭,୦୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୬୧,୨୩୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୬,୯୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୬୨,୧୩୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୬,୯୫୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୬୨,୧୩୦ ଟଙ୍କା ରହିଛି ।