Pratidin TV

Odisha's Digital News Platform

ଓଡିଶା ବଜାରରେ ଜାରୀହେଲା ସୁନାର ନୂଆଦର, କିଣିବା ପୂର୍ବରୁ ପକାନ୍ତୁ ନଜର…

1 min read

ଭୂବନେଶ୍ୱର: ବର୍ତ୍ତମାନ ଚାଲିଛି ବିବାହ ଋତୁ । ଆଜି ସୁନା ଦରରେ ହୋଇଛି ପରିବର୍ତ୍ତନ । ବଜାରରେ ଜାରୀ ହେଲା ସୁନାର ନୂଆ ଦର । ଗତକାଲିର ସୁନାମୂଲ୍ୟ ତୁଳନାରେ ଆଜି ଦର ହ୍ରାସ ପରିଲକ୍ଷିତ ହୋଇଛି । ପରବର୍ତ୍ତୀ ସମୟରେ ଏହାର ମୁଲ୍ୟ ଆହୁରୀ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି । ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି ।

ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମପ୍ରତି ୫,୭୩୦ ଟଙ୍କା ମୂଲ୍ୟ ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୫୭,୩୦୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୬,୨୫୧ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୬୨,୫୧୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫,୭୩୦ ଟଙ୍କା ଓ ୧୦ ଗ୍ରାମପ୍ରତି ୫୭,୩୦୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୬,୨୫୧ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ୬୨,୫୧୦ ଟଙ୍କା ମୂଲ୍ୟ ରହିଛି ।

Advertisement

ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୭,୪୫୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୬୨,୬୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୭,୩୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୬୨,୫୧୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୭,୩୦୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୬୨,୫୧୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *