Pratidin TV

Odisha's Digital News Platform

ଗ୍ରାହକଙ୍କୁ ବଡ଼ ଝଟକା , ସେଞ୍ଚୁରୀ ଛୁଇଁଲା ଟମାଟୋ ଦର …

1 min read

ଦେଖୁ ଦେଖୁ ୧୦୦ ଟଙ୍କା ଟପିଲା ଟମାଟୋ ଦର। କିଲୋ ପିଛା 30 ରୁ 40 ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଆଜି 120 ଟଙ୍କାରେ ବିକ୍ରି ହେଉଛି। ଟମାଟୋ ଦର ଶୁଣି ଛାନିଆଁ ହୋଇଛନ୍ତି ସାଧାରଣ ଗ୍ରାହକ। ରାଜ୍ୟର ବିଭିନ୍ନ ଖୁଚୁରା ବଜାରରେ ଏବେ ଟମାଟୋ କିଲୋ ପିଛା 100 ଟଙ୍କା ଉପରେ ବିକ୍ରି ହେଉଛି।କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ପରିବା ଦରରେ ନିଆଁ ଲାଗିଛି । ସବୁ ପରିବାର ଦର 70 ଟଙ୍କା ଉପରେ ରହିଥିବା ବେଳେ ସେଞ୍ଚୁରି ପାର କରିଛି ନାଲିଆ ଟମାଟୋ । 500 ଟଙ୍କା ନେଇ ବଜାରକୁ ଗଲେ ମଧ୍ୟ ବ୍ୟାଗ ପୁରୁନି । ଲାଲ ଟହଟହ ଟମାଟୋକୁ ଦେଖିଲେ ନାଲିଆଖି ଦେଖାଇଲା ଭଳି ମନେ ହେଉଛି । ପାର୍ବଣରେ ଗ୍ରାହକଙ୍କୁ ମହଙ୍ଗାମାଡ କଲବଲ କରିଲା ଭଳି ମନେହେଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ 100 ଟଙ୍କା ଉପରେ ବିକ୍ରି ହେଉଛି । ପାର୍ବଣରେ ପରିବା ଦର ବଢୁଥିବା ଦେଖି ଗ୍ରାହକ ମଧ୍ୟ ଚିନ୍ତାରେ ରହିଛନ୍ତି । କେବଳ ଟମାଟୋ କାହିଁକି ପ୍ରତିଦିନ ରୋଷେଇ ଘରେ ଆବଶ୍ୟକ ହେଉଥିବା ପିଆଜ ଦର ମଧ୍ୟ 70 ଟଙ୍କା ଟପିଛି । ତେବେ ଏହାକୁ ନେଇ ସାଧାରଣ ଲୋକେ ଏକ ପ୍ରକାର ଚିନ୍ତାରେ ରହିଛନ୍ତି । ତେବେ ଟମାଟୋ ବର୍ତ୍ତମାନ 100 ଟଙ୍କା ହୋଇନାହିଁ । ପୂର୍ବରୁ ମଧ୍ୟ ସେଞ୍ଚୁରି ପାର କରିଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡବ୍ୟଥାର କାରଣ ସାଜିଛି ।

Advertisement

ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଯଦି ଅଧିକ ବର୍ଷା ହୁଏ, ତେବେ ମୂଲ୍ୟ ଅଧିକ ରହିପାରେ। ବ୍ୟବସାୟୀମାନେ କହିଛନ୍ତି ଯେ ଭବିଷ୍ୟତରେ ମୂଲ୍ୟ ଅଧିକ ରହିବ ବୋଲି ସେପରି କୌଣସି ସମ୍ଭାବନା ନାହିଁ। ଯେତେବେଳେ ନୂଆ ଫସଲ ଆସିବ, ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କିନ୍ତୁ ଯଦି ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଅଧିକ ବର୍ଷା ହୁଏ, ତେବେ ଫସଲ ପ୍ରଭାବିତ ହୋଇପାରେ ଏବଂ ମୂଲ୍ୟ ଅଧିକ ରହିପାରେ।

Leave a Reply

Your email address will not be published. Required fields are marked *