Pratidin TV

Odisha's Digital News Platform

କାଲିଠୁ ଗଡିବନି ଘରୋଇ ବସ, ଅସୁବିଧା ଭୋଗି ପାରନ୍ତି ଯାତ୍ରୀ…

କାଲିଠାରୁ ଠପ ହେବ ଘରୋଇ ବସ ଚଳାଚଳ । ଘୋଷଣା କଲା ଘରୋଇ ବସ ମାଲିକ ସଂଘ । ଆସନ୍ତାକାଲି ୨୦ ତାରିଖ ଦିନ ବସ ଧର୍ମଘଟ ହେବା ନେଇ ମାଲିକ ସଂଘ ଘୋଷଣା କରିଥିଲା । ବସ ଧର୍ମଘଟ ପାଇଁ ଇଚ୍ଛା ନଥିଲେ ବାଧ୍ୟ ହୋଇ ବସ ଧର୍ମଘଟ କରିଛୁ କହିଲେ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ । ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ । ବରଂ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ନଦେବା ଯାଏ ବସ ଚଳାଚଳ ବନ୍ଦ ହେବ । ଏଥିପାଇଁ ଯାତ୍ରୀଙ୍କ ପାଖରେ କ୍ଷମା ପାର୍ଥନା କରୁଛୁ କହିଲେ ମାଲିକ ସଂଘ । ତେବେ ପୂର୍ବରୁ ଅକ୍ଟୋବର୧୦ ତାରିଖରେ ବସ ଧର୍ମଘଟ ପାଇଁ ଡାକରା ଦିଆଯାଇଥିଲା । ହେଲେ ସରକାରଙ୍କ ସହ ଆଲୋଚନା ପରେ ଏହା ଅକ୍ଟୋବର ୩୦ ଯାଏ ସ୍ଥଗିତ ରହିଥିଲା । କିନ୍ତୁ ଗତକାଲି ଆଉଥରେ ବସ ଧର୍ମଘଟ କରିବାକୁ ଘରୋଇ ବସ ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସେପଟେ ବସ ଧର୍ମଘଟକୁ ନେଇ ଚିନ୍ତାରେ ଲୋକେ । କାରଣ ପାର୍ବଣ ସମୟରେ ବନ୍ଧୁ ପରିଜନ ଘରକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଜନସାଧାରଣ ।

Leave a Reply

Your email address will not be published. Required fields are marked *