Pratidin TV

Odisha's Digital News Platform

ଆସନ୍ତା କାଲି କଟକରେ ହାଇଭୋଲଟେଜ୍ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

1 min read

କଟକ : ଆସନ୍ତାକାଲି କଟକରେ ହାଇଭୋଲଟେଜ୍ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ କଟକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଫଳ ହୋଇନି । ତାଙ୍କର କଟକ ପ୍ରତି କୌଣସି ଯୋଜନା ଥିଲା ଭଳି ଲାଗୁନି । ସେହି ଚିରାଚରିତ କଥା । କେବଳ ରାଜନୀତି କରିବାକୁ ଏଠାକୁ ଆସିଛନ୍ତି । ୨୦୧୪ ଓ ୨୦୧୯ରେ ଯାହା କହିଥିଲେ ଗତକାଲି ସେଇ କଥାକୁ ରିପିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ କୁ ସବୁବେଳେ ସ୍ଵତନ୍ତ୍ର କରି ରଖିବାକୁ ଚେଷ୍ଟା କରିଛନ୍ତି । ସେ ଯାହା କହିଛନ୍ତି ତାହା ମଧ୍ୟ କାମରେ କରି ଦେଖାଇଛନ୍ତି । ଏବଂ ଆସନ୍ତା କାଲି କେବଳ ନିର୍ବାଚନୀ ପ୍ରଚାର ପାଇଁ ନୁହେଁ କଟକ ର କେମିତି ଅଧିକ ଉନ୍ନତି ହେବ ସେ ଦିଗରେ ଗୁରୁତ୍ବ ଦେବେ । ଏଠି କେବଳ ନବୀନ ଙ୍କ ୱାରେଣ୍ଟି ଓ ଗ୍ୟାରେଣ୍ଟି ଚାଲିବ ବୋଲି କହିଛନ୍ତି କଟକ ବାରବାଟି ବିଜେଡ଼ି ବିଧାୟକ ପାର୍ଥି ପ୍ରକାଶ ବେହେରା ।

Advertisement

Leave a Reply

Your email address will not be published. Required fields are marked *