Pratidin TV

Odisha's Digital News Platform

ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ , କମିସନରେଟ ପୋଲିସ ଜାରିକଲା ଟ୍ରାଫିକ କଟକଣା ..

1 min read

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ଼ ଶୋରେ କମ୍ପିବ ରାଜଧାନୀ ।ଆସନ୍ତାକାଲି କାଲି ଅପରାହ୍ନ ୪ରୁ ଭୁବନେଶ୍ବର ର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ସୋ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କର ହେବାକୁଥିବା ରୋଡ଼ ଶୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ଣ ୪ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ରହିବ କଟକଣା ।

ଏହି ସମୟରେ ଯାତାୟାତା ଉପରେ କଟକଣା ଜାରି କରାଯାଇଛି । ଆସନ୍ତାକାଲି ଅପରାହ୍ନ ୪ ଘଟିକା ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଚାଲିବାକୁ ବାରଣ କରାଯାଇଛି । କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତା ଚାଲିବନି । ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି। ନବୀନଙ୍କ ହାଇଭୋଲଟେଜ୍ ସୋ’ ପାଇଁ ଏକ୍ରାମ ବିଜେଡି ଶିବିର ପୁରା ଚଳଚଞ୍ଚଳ ।

Advertisement

Leave a Reply

Your email address will not be published. Required fields are marked *