Pratidin TV

Odisha's Digital News Platform

କାଲି ତୃତୀୟ ପର୍ଯ୍ୟାୟ ଭୋଟିଂ.. ୬ ଲୋକସଭା, ୪୨ ବିଧାନସଭା ପାଇଁ ହେବ ଭୋଟ

1 min read

ରାଜ୍ୟ ରାଜନୀତି ସରଗରମ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ । ଏଥର ସର୍ବାଧିକ ୧୨୧ କଂପାନୀ CAPF ମୁତୟନ ହେବେ । ସରିଲା ପ୍ରଚାର । ତେବେ ଆସନ୍ତା କାଲି ପଡିବ ୩ୟ ପର୍ଯ୍ୟାୟ ଭୋଟିଂ |

ତେବେ ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁରରେ ହେବ ନିର୍ବାଚନ ଭୋଟିଂ ଯୁଦ୍ଧ | ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ବଡ ବଡ ନେତାଙ୍କ ଭାଗ୍ୟ ଫଳ ନିର୍ଦ୍ଧାରିତ ହେବ | ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ। ୨ ହଜାର ମଡେଲ ବୁଥ୍ ରହିଛି। ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନାରେ ୬୪ ପ୍ରାର୍ଥୀ ଅଛନ୍ତି। ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ।

Advertisement

Leave a Reply

Your email address will not be published. Required fields are marked *