Pratidin TV

Odisha's Digital News Platform

ମାଆ ପେଟରେ ଭ୍ରୁଣକୁ ହତ୍ୟା କରାଯାଇ ପାରିବ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ ବିଚାପତି..

1 min read

ନୂଆଦିଲ୍ଲୀ: ଗର୍ଭପାତକୁ ନେଇ ସୁପ୍ରିମକୋର୍ଟରେ ଗତକାଲି ଏକ ଶୁଣାଣି ଚାଲିଥିଲା । ୨୪ ସପ୍ତାହର ଗର୍ଭ ଶେଷ କରିବା ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ପ୍ରକାଶ କରିଛନ୍ତି । ଜଣେ ଶିଶୁକୁ ଆମେ ମାରିପାରିବୁ ନାହିଁ । ଗର୍ଭସ୍ଥ ଶିଶୁର ଅଧିକାରକୁ ଛିନ୍ନ କରି ହେବ ନାହିଁ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି । ଜଣେ ବିବାହିତ ମହିଳା ତାଙ୍କର ତୃତୀୟ ଗର୍ଭ ନଷ୍ଟ କରିବା ଉଦ୍ଦେଶ୍ୟରେ କୋର୍ଟରେ ଅନୁମତି ମାଗିଥିଲେ । ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ରହିଥିବା ବେଳେ ଆର୍ଥିକ ଦୃଷ୍ଟିକୋଣରୁ ସେ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁ ନାହାନ୍ତି ବୋଲି ତାଙ୍କ ଲିଖିତ ଭାବେ ଦର୍ଶାଇଥିଲେ । କିନ୍ତୁ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଥିଲେ ଯେ, କୌଣସି ଗର୍ଭସ୍ଥ ଶିଶୁର ଅଧିକାରକୁ ନଷ୍ଟ କରିବା ସମ୍ଭବ ନୁହେଁ । ଆମେ ଏଥିପାଇଁ ସମ୍ମତି ଦେଇ କ’ଣ ଏକ ଗର୍ଭସ୍ଥ ଶିଶୁର ଅଧିକାର ଛିନ୍ନ କରିବାକୁ ଆଇନ ଆଣିବୁ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଭ୍ରୁଣ ଅଧିକାର ଓ ମାଆର ଅଧିକାର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦୀୱାଲା, ମନୋଜ ମିଶ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ତେବେ ଅକ୍ଟୋବର ୧୩ରେ ଏହାର ଆଗାମୀ ଶୁଣାଣୀ ହେବ ।

ସୂଚନା ମୁତାବକ ଅକ୍ଟୋବର ୯ରେ ଜଣେ ୨୭ ବର୍ଷୀୟ ମହିଳା ଏକ ଆବେଦନ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ଅସୁସ୍ଥତା ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ଯୋଗୁଁ ଗର୍ଭପାତ କରିବାକୁ କୋର୍ଟଙ୍କ ଅନୁୂମତି ଲୋଡିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏମ୍ସଡାକ୍ତର ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଥିଲେ । ପରେ ଡାକ୍ତର ରିପୋର୍ଟରେ ଦର୍ଶାଇଥିଲେ ଯେ ଭ୍ରୁଣର ଭଲ ସ୍ଥିତିରେ ରହିଛି ଏବଂ ଗର୍ଭପାତ କରାଯାଇବାର ଠିକନୁହେଁ । ଏହା ପରେ ମହିଳା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାହାର କରି ନେଇଥିଲେ । ପୁର୍ନବାର ଶୁଣାଣି କରି କୋର୍ଟ କହିଥିଲେ ଯେ ୨୪ ସପ୍ତାହରେ ଗର୍ଭ ଶେଷ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ଏବଂ ମହିଳାଙ୍କୁ ନିଜ ନିଷ୍ପତ୍ତି ପୁର୍ନବିଚାର ପାଇଁ ଅନୁରୋଧ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *