Pratidin TV

Odisha's Digital News Platform

ସାହିପାରିଲେନି ନିର୍ଯାତନା…୫ ବର୍ଷର ପୁଅକୁ ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଥମୁନି ବୋହୁଙ୍କ ପ୍ରତି ନିର୍ଯାତନା | କିଛି ଏପରି ନିର୍ଯାତନାରେ ଅତିଷ୍ଠ ହୋଇଯାଇଛନ୍ତି ଜଣେ ବୋହୁ | ଧାରଣାକୁ ଓହ୍ଲାଇଛନ୍ତି ବୋହୁ | ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ନିର୍ଯ୍ଯାତନା ସହି ନ ପରି ନିଜର ୫ ବର୍ଷର ଛୋଟ ପୁଅକୁ ଧରି ରାସ୍ତରେ କରିଛନ୍ତି ଧାରଣା | ଏତେ ଟାଣ ଖରାରେ ରାସ୍ତାରେ ଧରନା କରିବାକୁ ହୋଇଛନ୍ତ୍ତି ବାଧ୍ୟ | ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମରେ ଘଟିଛି |

ସୂଚନା ଅନୁଯାୟୀ ବିଶ୍ବନାଥପୁର ଗ୍ରାମର ଜିତେନ୍ଦ୍ର ମଲ୍ଲିକ ୭ ବର୍ଷ ପୂର୍ବରୁ ବୋଳଂ ଗ୍ରାମର ପୂଷ୍ପାଞ୍ଜଳି ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ, ବିବାହ ପରଠାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯ ରେ ବାରମ୍ବାର ଝଗଡା ଲାଗି ରହିଥିଲା | ତେବେ ଆଜି କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ସହ ଜିତେନ୍ଦ୍ର ପୁଷ୍ପାଞ୍ଜଳୀକୁ ନିସ୍ତୁକ ପିଟିବା ସହ ଘରୁ ବାହାର କରି ଦେଇଥିଲେ | କୌଣସି ଉପାୟ ନପାଇ ପୁଷ୍ପାଞ୍ଜଳି ନିଜର ୫ ବର୍ଷ ର ଛୋଟ ପୂଅକୁ ନେଇ ଲଙ୍ଗଳେଶ୍ବର – କଷାଫଳ ମୁଖ୍ଯ ରାସ୍ତାର ବସୁଆ ଛକ ନିକଟରେ ରାସ୍ତା ଉପରେ ଧାରଣା ଦେଇଛନ୍ତି | ଯେତେ ପର୍ଯ୍ଯନ୍ତ ତାଙ୍କୁ ନ୍ଯାୟ ନମିଳିଛି ସେ ପର୍ଯ୍ଯନ୍ତ ଧାରଣା ଦେବେ ବୋଲି କହିଛନ୍ତି |

Leave a Reply

Your email address will not be published. Required fields are marked *