Pratidin TV

Odisha's Digital News Platform

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ , ଆସନ୍ତାକାଲି ଦିନ ପାଲଟିବ ରାତି !

1 min read

ଆସନ୍ତାକାଲି ଦିନ ହୋଇଯିବ ରାତି । ଘଟିବ ମହାଜାଗତିକ ଘଟଣା । ଏପ୍ରିଲ ୮ ତାରିଖରେ ସମ୍ପୂର୍ଣ୍ଣ ବିରଳ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ସେହି ସମୟରେ ପରାଗ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଗ୍ରାସ କରିବ । ଯାହାଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ । ବୈଜ୍ଞାନିକଙ୍କ କହିବାନୁସାରେ ଚଳିତ ବର୍ଷ ଯେଉଁ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ , ତାହା ଖୁବ୍ ବିରଳ । ୨୦୪୪ ମସିହା ପର୍ଯ୍ୟନ୍ତ ଏପରି ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବନି । ଏହାକୁ ଦେଖିବା

ପାଇଁ ଲୋକଙ୍କୁ ସନ୍ ଗ୍ଲାସ୍ ବ୍ୟବହାର କରିବାକୁ ପଡିବନାହିଁ । ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ । ଭାରତୀୟ ସମୟ ଅନୂସାରେ ୮ ତାରିଖ ରାତି ୯ଟା ୧୨ ମିନିଟ୍ ସମୟରେ ପରାଗ ଆରମ୍ଭ ହୋଇ ୯ ତାରିଖ ରାତି ୨ଟା ୨୨ରେ ଶେଷ ହେବ । ତେବେ ଏହା ଭାରତରେ ରାତି ହେଇଥିବାରୁ ଦେଖାଯିବ ନାହିଁ, ଏବଂ ଭାରତରେ ପ୍ରଭାବ ପଡିବ ନାହିଁ । ଉତ୍ତର ଆମେରିକା , କାନାଡାରେ ଏହା ଦୃଶ୍ୟମାନ ହେବ ବୋଲି ଜଣାପଡିଛିି । ଏହାପରେ ଆସନ୍ତା ଅକ୍ଟୋବର ୨ ତାରିଖରେ ଆଉ ଏକ ବଡ ବଳୟ ସୂର୍ଯ୍ୟପରାଗ ଦେଖାଯିବ । ଏହା ମଧ୍ୟ ଆମେରିକାରେ ଦେଖାଯିବ । କିନ୍ତୁ ଭାରତରେ ଦୃଶ୍ୟମାନ ହେବନାହିଁ । ଆମ ସମାଜରେ ଆବହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି ।

Advertisement

ତେବେ ବିଜ୍ଞାନର ଅଗ୍ରଗତି ଫଳରେ ମଣିଷ ଗ୍ରହଣ ଏବଂ ପରାଗ କାହିଁକି ଓ କିପରି ଘଟେ ତାହା ଠିକ୍ ଭାବରେ ଜାଣିସାରିଲାଣି । ଏସବୁ ହେଉଛି ଛାଇ ଆଲୁଅର ଖେଳ, ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ ।ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ । ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ ଏବଂ ରାତିର ଭ୍ରମ ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published. Required fields are marked *