Pratidin TV

Odisha's Digital News Platform

ଦୁଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ , ଜଗା ଦର୍ଶନରେ ବାହାରିଥିଲେ ହେଲେ ପହଞ୍ଚିପାରିଲେନି …

1 min read

ଜଳେଶ୍ୱର : ଅଧାରେ ରହିଗଲା ଜଗା ଦର୍ଶନ । ପହଞ୍‌ଚିପାରିଲେନି ଭକ୍ତଗଣ । ଅଧାରାସ୍ତାରେ ଘଟିଗଲା ଅଘଟଣ । ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଇଛି ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ୍ । ଏଥିରେ ୧୦ଜଣ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲର୍ସ ନାମକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଗାଡ଼ିର ବେଗ କମାଇ ଦେଇଥିଲେ ଚାଳକ । ଫଳରେ ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ୍ ପଛପଟୁ ଧକ୍କା ଦେଇଥିଲା ।

Advertisement

ଏହି ବସ ୪୦ ଜଣ ଯାତ୍ରୀ ନେଇ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ପୁରୀ ଯାଉଥିବା ଜଣା ପଡ଼ଛି । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଥାନାକୁ ନେଇ ପଚାରା ଉଚରା ଜାରି ରଖିଥିବା ବେଳେ ଗାଡିର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି କଣ୍ଡକଟର।

Leave a Reply

Your email address will not be published. Required fields are marked *