Pratidin TV

Odisha's Digital News Platform

ଅସାବଧାନତା ଯୋଗୁ ଲାଗିଗଲା ନିଆଁ , ଜଳି ପାଊଁସ ହୋଇଗଲା ପର୍ଯ୍ୟଟକ ବସ୍ …..

1 min read

ପୁରୀ : ହଠାତ୍ ଜଳିଗଲା ପର୍ଯ୍ୟଟକଙ୍କ ବସ୍ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପର୍ଯ୍ୟଟକଙ୍କ ବସ୍‌ଟି ଜଳିଯାଇଛି । ତେବେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରୁ ବସ୍ ଯୋଗେ ପୁରୀ ସାକ୍ଷୀଗୋପାଳ ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ବସ୍‌ର ପଛପଟେ ରୋଷେଇ ଚାଲିଥିବା ସମୟରେ ଅସାବଧାନତା ଯୋଗୁ ବସ୍‌ରେ ନିଆଂ ଲାଗିଯାଇଥିଲା । ନିଆଁଟି ଏତେ ଜଲଦ୍‌ି ବସ୍‌କୁ ଘେରିଯାଇଥିଲା ଯେ ବସ୍‌ଟି ଜଳି ପାଉଁସ ହୋଇଯାଇଛି । ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କର ଜିନିଷପତ୍ର , ଟଙ୍କା ପଇସା , କାଗଜପତ୍ର ସବୁ ଜଳି ପାଉଁସ ହୋଇଯାଇଛି ।

Advertisement

ଅଗ୍ନିବାହୀ ଟିମ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆତୟ କରିଥିଲା । କିନ୍ତୁ ସେତେବେଳକୁ ସବୁ ଚିନିଷ ପୋଡି ପାଊଁସ ହୋଇଯାଇଥିଲା । ଏମିତିକି ସମ୍ପୂର୍ଣ୍ଣ ଅଞ୍ଚଳରେ କଳା ଧୂଆଁ ବା୍‌ଦଲ ପରି ଘେରିଯାଇଥିଲା । ନିଆଁର ପ୍ରଭାବ ଏତେମାତ୍ରାରେ ଥିଲା ଯେ ପର୍ଯ୍ୟଟକମାନେ ନିଜ ନିଜର କୌନସି ଜିନିଷ ମଧ୍ୟ ବଞ୍ଚଇପାରିନଥିଲେ । ଶୀତ ରାତ୍ରୀ ତାସହ ଆସିଥିବା ବସ୍ ମଧ୍ୟ ଜଳିଗଲା । ଏବେ ଉତ୍ତରପ୍ରଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ପାଖରେ ନାଁ ଅଛି ଲୁଗାପଟା ନା ଅଛି ଖାଦ୍ୟ ନା ରହିବା ପାଇଁ ଆଶ୍ରୟସ୍ଥଳ ।

Leave a Reply

Your email address will not be published. Required fields are marked *