Pratidin TV

Odisha's Digital News Platform

ପିକନିକ୍ ଦେଇଗଲା ଅଭୁଲା ସ୍ମୃତି ; ଅଧା ରାସ୍ତାରେ ଓଲଟିଲା ବସ୍ , ଆହତ ହେଲେ ୨୫ ରୁ ଉର୍ଦ୍ଧ ଯାତ୍ରୀ …..

ଦାରିଙ୍ଗବାଡି : ହସ ଖୁସିରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ । ବସ୍‌ରେ ନାଚ ଗୀତ ଖୁବ୍ ମଜମସ୍ତିର ମାହୋଲ ଖେଳିଯାଇଥିଲା । ହେଲେ ହଠାତ୍ ସଭିଙ୍କ ଆଖି ସାମ୍ନାରେ ଫିଲ୍ମର ସିନ୍ ଭଳି ଓଲଟିଥିଲା ଗାଡି । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଘଟିଛି । ଆହତ ପର୍ଯ୍ୟଟକଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଏକ ବସ୍ ଯୋଗେ ପଶ୍ଚିମବଙ୍ଗରୁ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଦାରିଙ୍ଗବାଡ଼ି ବୁଲିସାରି ଗୋପାଳପୁର ଅଭିମୁଖେ ଯିବାବେଳେ ବ୍ରାହ୍ମଣୀଗାଁ ଥାନା ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୨୫ ରୁ ଉର୍ଦ୍ଧ ପର୍ଯ୍ୟଟକ ଆହତ ହୋଇଥିବା ଜଣାପଡିଛି ।

ଆହତ ପର୍ଯ୍ୟଟକଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ କିଛି ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତରଣ କରାଯାଇଛି ।

Leave a Reply

Your email address will not be published. Required fields are marked *