Pratidin TV

Odisha's Digital News Platform

ପ୍ରତିଦିନରୁ ପର୍ଯ୍ୟଟକଙ୍କ ପାଇଁ – ‘ପ୍ରଧାନପାଟ ଜଳପ୍ରପାତ’

1 min read

ଦେଓଗଡ : ପ୍ରକୃତିର ଉପହାର ସୌନ୍ଦଯ୍ୟରେ ଭରା ଦେବଗଡର ପ୍ରସିଦ୍ଦ ପ୍ରଧାନପାଟ । ମନକୁ ମୋହି ନେଉଛି ଝରଣା, ପାହାଡ, ଘଞ୍ଚ ଜଙ୍ଗଲ । ଓଡିଶାର ସବୁଠୁ ଛୋଟ ଜିଲ୍ଲା ଦେବଗଡ଼ । ରାଜ ରାଜୁଆଳି ଅମଳରୁ ଦେବତାଙ୍କ ଗଡ ବା ବାମଣ୍ଡା ବୋଲି ମଧ୍ୟ କୁହାଯାଏ । ସହର ଠାରୁ ୧ କିଲୋମିଟର ଦୂରରେ ଥିବା ପ୍ରଧାନପାଟ ଜଳପ୍ରପାତର ମଜା ନେବାପାଇଁ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ପର୍ଯ୍ୟଟକ ନୀତିଦିନ ଛୁଟି ଆସନ୍ତି । ସେଥିପାଇଁ ଆମ ରିପୋଟର ପହଞ୍ଚିଥିଲେ ପ୍ରଧାନପାଟ ଜଳପ୍ରପାତ ରେ । ଆମ ସହ ଯୋଡି ହୋଇ ରହୁଥିବା ଦର୍ଶକ ମାନଙ୍କୁ ଏଭଳି ଏକ ପର୍ଯ୍ୟଟନୀ ସ୍ଥଳ ବିଷୟରେ ଜଣାଇବା ପାଇଁ ପ୍ରତିଦିନର ଛୋଟ ପ୍ରୟାସ । ଯାହା ଦ୍ୱାରା ରାଜ୍ୟର ଅନେକ ଛୋଟ ବଡ ପର୍ଯ୍ୟଟନ ସ୍ଥଳ ବିଷୟରେ ଜାଣି ସେ ସ୍ଥାନର ମଜାଉଠାଇପାରିବେ ଆମ ଦର୍ଶକ ।

ତେବେ ପ୍ରଧାନପାଟ ଜଳପ୍ରପାତ ଏକ ଏପରି ଯାଗା ଯେଉଁଠି ଭାରତର ବିଭିନ୍ନ ସ୍ଥାନରୁ କବି ,ପ୍ରକୃତି ପ୍ରେମୀ ଏବଂ ସେଲିବ୍ରିଟିମାନେ ଏହି ସ୍ଥାନ ପରିଦର୍ଶନ କରିବାକୁ ଆସନ୍ତି ଜ୍ଝ ସବୁଜ ସୁନ୍ଦର ପ୍ରକୃତିରେ ଭରା ପାହାଡ଼ ବୁକୁରୁ ଝରି ଆସୁଥିବା ପାଣି ପର୍ଯ୍ୟଟକ ମାନଙ୍କର ମନକୁ ମୁଗ୍ଧ କରିଦେଲା ଭଳି ସ୍ଥାନଟିଏ । ଇଏ ଏକ ଦର୍ଶନିୟ ସ୍ଥାନ ଅଟେ ଯେଉଁଠି କାହିଁକେତେ କାଳୁ ରାଜା ରାଜୁଆତି ଅମଳରୁ ପୂଜା ପାଇଆସୁଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା ପ୍ରଧାନପାଟେଶ୍ୱରି । ପର୍ଯ୍ୟଟକଙ୍କୁ ଛୁଟି ଦିନରେ ବୁଲାବୁଲି କରିବା, ପ୍ରଧାନପାଟ ଜଳ ପ୍ରପାତରେ ଗାଧୋଇବା ତା ସାଙ୍ଗକୁ ପରିବାରବର୍ଗ କିମ୍ବା ସାଙ୍ଗ ସାଥିଙ୍କ ସହ ବଡ଼ଦିନ, ନୂଆଁବର୍ଷରେ ବଣ ଭୋଜି କରିବା ପାଇଁ ପିକନିକ ସ୍ପଟର ସୁବିଧା ଥିବା ସହିତ ଶିଶୁଙ୍କ ଖେଳ ନାଚ କରିବା ପାଇଁ ଶିଶୁ ଉଦ୍ୟାନ ,ଖାଇବା ପାଇଁ ବିଭିନ୍ନ ପ୍ରକାର ଷ୍ଟଲ ର ବ୍ୟବସ୍ଥା ରହିଛି ।

Advertisement

୨ ବର୍ଷ କରୋନା ପାଇଁ ସରକାର ସମସ୍ତ ପିକନିକ ସ୍ପଟ ବନ୍ଦ କରିଥିଲେ ଏବେ ଦୁଇବର୍ଷ ତିନି ବର୍ଷ ପରେ ସମସ୍ଥ ଦର୍ଶନୀୟ ସ୍ଥାନ , ପିକନିକ ସ୍ପଟ , ନୂତନ ଦେବଗଡ଼ ଡି଼ .ଏମ୍. ସି ପାର୍କ ଖୋଲା ରହିଛି ।ଏହି ଜଳପ୍ରପାତରେ ଜଳ ପଡୁଥିବା ପବନର ଶାନ୍ତି ବିଶୃଙ୍ଖଳା ପରିସ୍ଥିତିରୁ ମନକୁ ମୁକ୍ତ କରିବା ସହିତ ଲୋକଙ୍କ ମନରେ ଶାନ୍ତିପୂର୍ଣ୍ଣ ପରିବେଷ ସୃଷ୍ଠୀ କରେ । ଅନୁଭୂତି ସହିତ ଫେରିଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଶାନ୍ତି ଏବଂ ଆନନ୍ଦ କ୍ଷେତ୍ର ଭାବରେ ପରିଚ଼ିତ ।

Leave a Reply

Your email address will not be published. Required fields are marked *