Pratidin TV

Odisha's Digital News Platform

ରାଜଧାନୀ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ଲିକ୍ , ପଟିଆରୁ ଇନ୍ ଫୋସିଟି ରାସ୍ତା ବନ୍ଦ….

1 min read

ରାଜଧାନୀ ଭୁବନେଶ୍ୱର କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପାଖରେ କ୍ଲୋରିନ ଗ୍ୟାସ ଲିକ। ଗ୍ୟାସ ଲିକ ଦ୍ୱାରା ଆଖପାଖ ଅଂଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ଏହାକୁ ଆୟତ କରିବାକୁ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ନିୟୋଜିତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଅଗ୍ନିଶମ ବାହିନୀ ଅକ୍ସିଜେନ୍ ମାସ୍କ ପିନ୍ଧି ସିଲିଣ୍ଡରକୁ ଠାବ କରି ଥିଲେ । ତାକୁ ନିରାପଦରେ ସ୍ଥାନାନ୍ତର କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ବର ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଆଇଜି ଦୀପକ କୁମାର ପହଞ୍ଚି ସ୍ଥିତି ପରଖିଥିଲେ । ଦମକଳବାହିନୀ ଗ୍ୟାସ ଲିକ୍ କୁ ନିୟନ୍ତ୍ରଣ କରିଛି। କିନ୍ତୁ ସେଠାରେ କେମିକାଲ କମ୍ପାନୀର କୌଣସି କତୃପକ୍ଷ ନାହାଁନ୍ତି।

Advertisement

ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ହେବ ଏହି ଗ୍ୟାସ ଟାଙ୍କି ଗଛିତ ହୋଇ ରହିଥିବାରୁ ସେଥିରେ ଜଙ୍କ ଲାଗି ଏଭଳି ଗ୍ୟାସ ଲିକ ହେଉଥିବା ଜଣାପଡିଛି। ଦୁଇଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତିକ୍ଷସୂଚନା ଅନୁସାରେ କ୍ଲୋରିନ ଗ୍ୟାସ ଲିକ ହେବା ଦ୍ୱାରା ଶ୍ୱାସରୁଦ୍ଧ ହୋଇ ମଣିଷର ଜୀବନ ଯିବାର ସମ୍ଭାବନା ଥାଏ।

Leave a Reply

Your email address will not be published. Required fields are marked *