Pratidin TV

Odisha's Digital News Platform

ଦିଲ୍ଲୀରେ ବ୍ୟାପିଛି ବିଷାକ୍ତ ଧୂଆଁ, ଘର ଛାଡିଲେଣି ସ୍ଥାନୀୟ ଲୋକେ

1 min read

ଅନେକ ଘଣ୍ଟା ଧରି ଜଳୁଛି ଅଳିଆ ଗଦା | ଅଣନିଶ୍ୱାସୀ ହୋଇଗଲେଇନି ଦିଲ୍ଲୀ ବାସିନ୍ଦା | ଗାଜିଆବାଦ ଅଳିଆ ଗଦାରେ ନିଆଁ ଲାଗିବ କାରଣରୁ ପବନ ବହିବା ଯୋଗୁଁ ବର୍ତ୍ତମାନ ୬ କିମି ପର୍ଯ୍ୟନ୍ତ ବ୍ୟପିଯାଇଛି ନିଆଁ | ଯେଉଁ କାରଣ ପାଇଁ ଲୋକଙ୍କୁ ଅଣନିଶ୍ୱାସୀ ହେବାରେ ସମସ୍ୟା ଦେଖାଦେଇଛି | ତେବେ ମିଥେନ ଗ୍ୟାସ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଥିବା ବେଳେ ଅଗ୍ନିକାଣ୍ଡର କାରଣ ଖୋଜ ଚାଲିଛି |

ତେବେ ରବିବାର ସନ୍ଧ୍ୟାଠାରୁ ଦିଲ୍ଲୀର ଗାଜିପୁର ଅଳିଆଗଦା ସ୍ଥାନରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ବିଷାକ୍ତ ଗ୍ୟାସ୍ ଆଖପାଖ ଅଞ୍ଚଳରେ ବ୍ୟାପିଛି | ଯେଉଁ କାରଣରୁ ଲୋକମାନେ ନିଶ୍ବାସ ନେବାରେ ଅସୁବିଧାର ସମ୍‌ମୁଖୀନ ହେଉଛନ୍ତି। ଅଳିଆଗଦା ସ୍ଥାନରେ ନିଆଁ ଏତେ ତୀବ୍ର ଥିଲା ଯେ ଧୂଆଁ ଆକାଶକୁ ସ୍ପର୍ଶ କରୁଥିଲା। କେବଳ ଦିଲ୍ଲୀର ଲୋକ ନୁହଁନ୍ତି ସଂଲଗ୍ନ ନୋଏଡା ଏବଂ ଗାଜିଆବାଦର ଲୋକମାନେ ମଧ୍ୟ ଏହି ବିଷାକ୍ତ ଧୂଆଁ ଯୋଗୁଁ ସମସ୍ୟାର ସମ୍‌ମୁଖୀନ ହେଉଛନ୍ତି।

ଅଳିଆଗଦା ସ୍ଥାନରେ ନିଆଁ ଲିଭାଇବା ପାଇଁ ୩0 ରୁ ଅଧିକ ଅଗ୍ନି ଇଞ୍ଜିନ ନିୟୋଜିତ କରାଯାଇଛି। ରାତିସାରା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା, ତଥାପି ଅଦ୍ୟାବଧୂ ନିଆଁକୁ ସମ୍ପୂର୍ଣ ନିୟନ୍ତ୍ରଣ କରାଯାଇ ପାରିନଥିଲା । ଅନେକ ସ୍ଥାନରେ ମଧ୍ୟବର୍ତ୍ତୀ ସମୟରୁ ନିଆଁ ଜଳୁଛି | ଗାଜିଆବାଦ, ଭାୱା ଏବଂ ଚହଲା ହେଉଛି ଦିଲ୍ଲୀର ୩ଟି ପ୍ରମୁଖ ଅଳିଆଗଦା ସ୍ଥାନ | ଏହି ଅଳିଆ ଗଦାରେ ନିଆଁ ନୂଆ କଥା ନୁହେଁ | ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ତାପମାତ୍ରା ୪0 ଡିଗ୍ରୀ ସେଲସିୟସରେ ପହଞ୍ଚିବା ମାତ୍ରେ ଅଳିଆଗଦା ସ୍ଥାନରେ ନିଆଁ ଲାଗିଥାଏ, ଯେଉଁ କାରଣରୁ ନିକଟବର୍ତ୍ତୀ ଲୋକଙ୍କୁ ଅନେକ ସମସ୍ୟାର ସମ୍‌ମୁଖୀନ ହେବାକୁ ପଡେ |

Leave a Reply

Your email address will not be published. Required fields are marked *