Pratidin TV

Odisha's Digital News Platform

ଖେଳନା,ଟିଫିନ ବାକ୍ସରେ କୋଟି କୋଟି ଟଙ୍କାର ଗଞ୍ଜେଇ….ବୈଦେଶିକ ଡାକ ଘରୁ ଜବତ

ଜୁନ ୧ ତାରିଖ ଅର୍ଥାତ ଆଜି ଅହମଦାବାଦରେ ଶିଶୁ ଖେଳନା, ଚକୋଲେଟ, ଏବଂ ଟିଫିନ ବାକ୍ସ ଭିତରେ ମିଳିଛି କୋଟି କୋଟି ଟଙ୍କାର ଗଞ୍ଜେଇ | ଛୁଆଙ୍କ ସାମଗ୍ରୀରେ ନିଶାଦ୍ରବ୍ୟ ବେପାରୀ ଗଞ୍ଜେଇ କରୁଥିଲେ ଚାଲାଣ | ଯାହାର ମୂଲ୍ୟ ୧ କୋଟିରୁ ହେବ ଉର୍ଦ୍ଧ୍ବ |

ସୂଚନା ଅନୁଯାୟୀ, ଅହମଦାବାଦ କ୍ରାଇମବ୍ରାଞ୍ଚ ପୁଲିସ, କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଭାବେ କରିଛନ୍ତି ଚଢ଼ାଉ | ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ଜବତ କରିଛି କୋଟି କୋଟି ଟଙ୍କାର ଗଞ୍ଜେଇ | ମିଳିତ ଅପରେସନରେ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ କଷ୍ଟମ ଏବଂ ଏକ୍ସାଇଜ୍ ବିଭାଗ ସହିତ କାନାଡା, ଆମେରିକା ଏବଂ ଥାଇଲ୍ୟାଣ୍ଡରୁ ଆସିଥିବା ଗଞ୍ଜେଇ ଜବତ କରିଛି। ହାଇବ୍ରିଡ୍ ଏବଂ ସିନ୍ଥେଟିକ୍ ଗଞ୍ଜେଇ ପାର୍ସଲଗୁଡିକ ବୈଦେଶିକ ଡାକଘରୁ ଉଦ୍ଧାର କରାଯାଇଥିଲା |

Leave a Reply

Your email address will not be published. Required fields are marked *